ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ବାଦ ବିବାଦ ଓ ପ୍ରତୀକ୍ଷାର ଅନ୍ତ ଘଟିଛି। ବଡ଼ଦାଣ୍ଡରେ ଗଡ଼ିଛି ମହାପ୍ରଭୁଙ୍କ ରଥ। ଚାରମାଳ ଫିଟି ଓ ଘୋଡ଼ା ସଂଯୋଗ ହେବା ପରେ ତାଳଧ୍ୱଜ ରଥକୁ ସେବାୟତମାନେ ଟାଣିବା ଆରମ୍ଭ କରିଛନ୍ତି।
ତାଳଧ୍ୱଜ ରଥରେ ବିରାଜମାନ ବଡ଼ଠାକୁର ବଳଭଦ୍ର ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କରିଛନ୍ତି। ଘଣ୍ଟ, ଘଣ୍ଟା ଶବ୍ଦ ନଥିରେ ମଧ୍ୟ ସେବାୟତମାନଙ୍କ ଜୟ ଧ୍ୱନିରେ ଚାରିଦିଗ କମ୍ପିଉଠିଛି।
ଚଳିତ ବର୍ଷ କରୋନା କଟକଣା ଭିତରେ ରଥଯାତ୍ରା ଆୟୋଜନ କରାଯାଉଛି। ତେଣୁ କେବଳ ସେବାୟତମାନଙ୍କ ମଧ୍ୟରେ ରଥଯାତ୍ରା ସୀମିତ ରହିଛି। ଭକ୍ତମାନେ ନିଜ ପ୍ରିୟ ଭଗବାନଙ୍କୁ ଟିଭି ଓ ମୋବାଇଲ୍ ସ୍କ୍ରିନରେ ଦେଖୁଛନ୍ତି।
ବଡ଼ଠାକୁର ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହେବ। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସବୁ ରଥ ଟଣା ହୋଇଯିବ ବୋଲି କୁହାଯାଇଛି।
















