ଓଡ଼ିଶାଲାଇଭ୍ ବ୍ୟୁରୋ

ସେବାୟତମାନଙ୍କର ଜୟ ଧ୍ୱନି ଓ ଘଣ୍ଟ ଘଣ୍ଟା ସହ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି ବଡ଼ ଠାକରୁ। ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସେବାୟତମାନେ ଟାଣି ନେଇ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚାଇ ଦେଇଛନ୍ତି।

ଦେବୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥଙ୍କ ରଥ ମଧ୍ୟ ଗୁଣ୍ଡିଚା ମନ୍ଦିରର ନିକଟତର ହେଉଛି ଖୁବଶୀଘ୍ର ଆଉ ଦୁଇଟି ରଥ ଗୁଣ୍ଡିଚା ମନ୍ଦିରରରେ ପହଞ୍ଚିଯିବେ।ଆଜି କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରାଯାଉଛି। ଯେଉଁଥିରେ ଭକ୍ତମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ମିଳିନାହିଁ। କେବଳ ସେବାୟତମାନଙ୍କୁ ନେଇ ମହାପ୍ରଭୁ ନିଜର ନବଦିନାତ୍ମକ ଯାତ୍ରା ଆରମ୍ଭ କରିଛନ୍ତି।

ଆଜି ଧାର୍ଯ୍ୟ ସମୟ ଅନୁଯାୟୀ ସକାଳ ୭ଟାରୁ ପହଣ୍ଡି ହୋଇଥିଲା। ଦିନ ୧୦ଟା ସୁଦ୍ଧା ଚତୁର୍ଦ୍ଧିମୂର୍ତ୍ତି ରଥରେ ବିଜେ କରିସାରିଥିଲେ। ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ରଥରେ ଛେରାପହଁରା କରିଥିଲେ। ଏହାପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବା ସହ ରଥଟଣା ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ତାଳଧ୍ୱଜ ରଥକୁ ସେବାୟତମାନେ ଟାଣିନେଇଥିଲେ।

Comment