ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ଦାଣ୍ଡରେ ଗଡ଼ିଛି କାଳିଆର ରଥ। ବଡ଼ଭାଇ ବଳଦେବ, ଭଉଣୀ ସୁଭଦ୍ରାଙ୍କୁ ଘେନି ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାବାହୁ।

ରଥ ଉପରେ ଏଥର କାଳିଆ ଠାକୁରଙ୍କୁ ସ୍ପଷ୍ଟ ଭାବେ ଦେଖିହେଉଛି। ଭକ୍ତମାନେ ଟିଭି ଓ ମୋବାଇଲ୍ ସ୍କ୍ରିନରେ ନିଜର ପ୍ରିୟ ଠାକୁରଙ୍କୁ ଦର୍ଶନ କରୁଛନ୍ତି।କରୋନା କଟକଣା ପାଇଁ ଏଥର ରଥ ଉପରେ କୌଣସି ସେବାୟତଙ୍କୁ ଦେଖିବାକୁ ମିଳିନି। ତା’ସହ ଘଣ୍ଟ ଘଣ୍ଟାର ଧ୍ୱନି ମଧ୍ୟ ଶୁଭିବାକୁ ମିଳୁନି। ହେଲେ ସେବାୟତମାନଙ୍କର ଜୟଧ୍ୱନିରେ ପୁରୀ ବଡ଼ଦାଣ୍ଡ ପ୍ରକମ୍ପିତ ହେଉଛି।ନନ୍ଦିଘୋଷରେ ଗଜପତି ଛେରାପହଁରା କରିବା ପରେ ଚାରମାଳ ଫିଟାଯାଇଥିଲା। ଏହାପରେ ରଥରେ ଘୋଡ଼ାଙ୍କୁ ଯୋଚା ଯାଇ ରଥଟଣା ଆରମ୍ଭ କରାଯାଇଛି। ଯଥାରୀତି ଠିକ୍ ସମୟରେ ରଥଟଣା ଆରମ୍ଭ ହୋଇଥିବାରୁ ଠିକ୍ ସମୟରେ ରଥ ଗୁଣ୍ଡିଚା ମଧ୍ୟରେ ପହଞ୍ଚିବ ବୋଲି କୁହାଯାଉଛି।

ଚଳିତବର୍ଷ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଉଛି। ପୂରା ପୁରୀ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରାଯାଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରାଯାଉଛି। ତେଣୁ ଏଥର ପୁରୀରେ ଭକ୍ତମାନେ ନିଜ ଭଗବାନଙ୍କୁ ସିଧାସଳଖ ଦର୍ଶନ କରିପାରୁନାହାନ୍ତି। ଟେଲିଭିଜନ ଓ ଡିଜିଟାଲ ମିଡିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରାଯାଉଛି।

Comment