ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଭୁ ସୁଦର୍ଶନ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ପହଣ୍ଡିରେ ଆସିଛନ୍ତି କାଳିଆ ଠାକୁର। ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆସି ରଥରେ ବିଜେ କରୁଛନ୍ତି।
ଏହା ପୂର୍ବରୁ ପ୍ରଭୁ ସୁଦର୍ଶନ,ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସେବାୟତମାନେ ପହଣ୍ଡିରେ ଆଣି ରଥରେ ବିଜେ କରାଇ ସାରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ଜଗତର ନାଥ ଜଗନ୍ନାଥ ଆସି ରଥରେ ବିଜେ କରିବେ।
ଦିନ ୧୦ଟା ସୁଦ୍ଧା ମହାପ୍ରଭୁଙ୍କ ପହଣ୍ଡି ଶେଷହେବ ବୋଲି କୁହାଯାଇଥିଲା। ହେଲେ ଧାର୍ଯ୍ୟ ସମୟଠାରୁ ବହୁତ ଶୀଘ୍ର ପହଣ୍ଡି ଶେଷ ବୋଲି ଜଣାପଡୁଛି। ଏହାପରେ ମଦନମୋହନ ବିଜେ, ଚିତା ଲାଗି ଓ ବେଶ ଶେଷ କରାଯିବ। ଦିନ ୧୧.୩୦ଟାରୁ ୧୧.୪୫ ଭିତରେ ଛେରାପହଁରା ନୀତି ସମ୍ପନ୍ନ କରାଯିବ। ଶେଷରେ ଦିନ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।
ଚଳିତବର୍ଷ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଉଛି। ପୂରା ପୁରୀ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରାଯାଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରାଯାଉଛି। ତେଣୁ ଏଥର ପୁରୀରେ ଭକ୍ତମାନେ ନିଜ ଭଗବାନଙ୍କୁ ସିଧାସଳଖ ଦର୍ଶନ କରିପାରୁନାହାନ୍ତି।
















