ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ପାଇଁ ଚଳଚଞ୍ଚଳମୟ ପୁରୀ ସହର। ବଡ଼ଦାଣ୍ଡରେ ତିନି ରଥ ମଧ୍ୟ ପ୍ରସ୍ତୁତ। ଆଜି ରଥପ୍ରତିଷ୍ଠା ଓ ମଙ୍ଗଳାର୍ପଣ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ଦେବଦଳନ ରଥରେ ବିଜେ କରାଯାଇଛି।
ସେବାୟତମାନେ ପ୍ରଭୁ ସୁଦର୍ଶନଙ୍କୁ କାନ୍ଧରେ ଆଣି ରଥରେ ବିଜେ କରାଇଛନ୍ତି। ଏହାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ ପହଣ୍ଡିରେ ଆସିବେ।
ଦିନ ୧୦ଟା ସୁଦ୍ଧା ମହାପ୍ରଭୁଙ୍କ ପହଣ୍ଡି ଶେଷ ହୋଇ ମଦନମୋହନ ବିଜେ, ଚିତା ଲାଗି ଓ ବେଶ ଶେଷ କରାଯିବା। ଏହାପରେ ଦିନ ୧୧.୩୦ଟାରୁ ୧୧.୪୫ ଭିତରେ ଛେରାପହଁରା ନୀତି ସମ୍ପନ୍ନ କରାଯିବ। ଶେଷରେ ଦିନ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।
















