ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଏବେ ବିଶ୍ୱର ତୃତୀୟ କରୋନା ଆକ୍ରାନ୍ତ ଦେଶ ହେବାର ସମ୍ଭାବନା ରହିଛି। ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ଜୁଲାଇ ଶେଷ ବେଳକୁ ଆମ ଦେଶ ଏବଂ ରାଜ୍ୟର ସ୍ଥିତି କ’ଣ ହେବ ତାହା କହି ହେଉନି। ଏପରିସ୍ଥଳେ ବୟସ୍କମନଙ୍କ ପ୍ରତି ବିପଦ ରହିଛି। ଏଣୁ ବୟସ୍କମାନଙ୍କ ସୁରକ୍ଷା ପାଇଁ ଘରକୁ ବନ୍ଧୁ ବାନ୍ଧବଙ୍କୁ ଡାକିବା ଠିକ୍ ନୁହେଁ ବୋଲି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି କହିଛନ୍ତି।
ଅନ୍ୟମାନଙ୍କ ମଉଜ ମଜିଲିସ୍ ବୟସ୍କଙ୍କ ପାଇଁ ବିପଦ ସାଜିପାରେ ବୋଲି ବାଗ୍ଚି କହିଛନ୍ତି। ବୟସ୍କଙ୍କ ପାଖକୁ ଯିବା ବେଳେ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ଏବେ ଅନେକ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଅଧିକାଂଶ ଲୋକ ହୋମ୍କ୍ୱାରେଣ୍ଟାଇନରେ ଅଛନ୍ତି। ସେମାନେ ଘରେ ସରକାରଙ୍କ ନିୟମ ମାନି କ୍ୱାରେଣ୍ଟାଇନରେ ରହନ୍ତୁ। ପରିବାର ଲୋକଙ୍କ ସହ ମିଶନ୍ତୁ ନାହିଁ କି ଅନ୍ୟମାନଙ୍କୁ ବିପଦରେ ପକାନ୍ତୁ ନାହିଁ। ଏହାସହ ପରିବାରର ସଦସ୍ୟମାନେ ଭିଡ଼ ଜାଗା କିମ୍ବା ବାହାରକୁ ଯିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।


















