ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ନିଜ ଛାପ ଛାଡ଼ିଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ କରିସ୍ମା ହେଉଛନ୍ତି ଜଣେ। ଚୁଲବୁଲି ଅନ୍ଦାଜ ଏବଂ ଦମଦାର ଅଭିନୟ ପାଇଁ ଦର୍ଶକ ତାଙ୍କୁ ଖୁବ୍ ପସନ୍ଦ କରନ୍ତି। ତାଙ୍କ ଫ୍ୟାନ୍ସ ତଥା ପରିବାର ଲୋକେ ସ୍ନେହରେ ତାଙ୍କୁ ଲୋଲୋ ଡାକନ୍ତି। ତେବେ ଆପଣ କ’ଣ ଜାଣନ୍ତି ସୁପରଷ୍ଟାର କରିସ୍ମା କପୁର କେବଳ ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି।

କରିସ୍ମାଙ୍କ ବାପା ରଣଧୀର କପୁର ଏବଂ ମା’ ବବିତା ଉଭୟ ବଲିଉଡ ନାମୀଦାନୀ କଳାକାର ଥିଲେ। ହେଲେ କରିସ୍ମା ହୋଉଛନ୍ତି ରାଜ କପୁରଙ୍କ ଖାନଦାନର ପ୍ରଥମ ଝିଅ ଯିଏ ବଲିଉଡରେ ପାଦ ଥାପିଥିଲେ। ତେବେ କରିସ୍ମାଙ୍କ ବାପା ଓ ମା ମଧ୍ୟରେ କିଛି ଠିକ୍ ନଥିଲା। ସେମାନଙ୍କ ସମ୍ପର୍କରେ ଅନେକ ସମସ୍ୟା ଦେଖାଦେଇଥିଲା। ତେଣୁ କରିସ୍ମାଙ୍କ ପିଲାଦିନ ବହୁତ କଷ୍ଟରେ ବିତିଛି। ନିଜ ବାପା, ମାଙ୍କ ଭିତରେ ହେଉଥିବା ମତାନ୍ତର କରସ୍ମାଙ୍କ ଜୀବନକୁ ମଧ୍ୟ ପ୍ରଭାବିତ କରିଥିଲା। ଏହି କାରଣ ଯୋଗୁଁ ସେ ଅଧାରୁ ପାଠ ପଢ଼ା ମଧ୍ୟ ଛାଡ଼ିଦେଲେ। କେବଳ ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି କରସ୍ମା।

ମାତ୍ର ସତର ବର୍ଷ ବୟସରେ ଫିଲ୍ମ ‘ପ୍ରେମ କଏଦୀ’ ଜରିଆରେ ବଲିଉଡରେ ଏଣ୍ଟ୍ରୀ କଲେ କରିସ୍ମା। ପ୍ରଥମେ କିଛି ସମୟ ତାଙ୍କୁ ଷ୍ଟ୍ରଗଲ କରିବାକୁ ପଡ଼ିଥିଲେ ହେଁ ଫିଲ୍ମ ‘ରାଜାବାବୁ’ ଏବଂ ‘ରାଜା ହିନ୍ଦୁସ୍ତାନୀ’ ତାଙ୍କୁ ଆକ୍ଟି କ୍ୟାରିୟରକୁ ନୂଆ ମୋଡ଼ ଦେଇଥିଲା।


















