ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

srk

ବଲିଉଡର ବାଦଶାହ ଶାହାରୁଖ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ୨୮ ବର୍ଷ ପୂରା କରିଛନ୍ତି। ୧୯୯୨ ମସିହା ଜୁନ୍ ୨୫ ତାରିଖରେ ରିଲିଜ୍ ହୋଇଥିଲା ତାଙ୍କର ଡେବ୍ୟୁ ଫିଲ୍ମ ‘ଦିୱାନା’। ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ପାଦ ଥାପିଥିଲେ। ନିଜର ପ୍ରଥମ ଫିଲ୍ମରୁ ହିଁ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ ଶାହାରୁଖ।

ଦିୱାନା ଫିଲ୍ମରେ ତାଙ୍କ ସହ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ସ୍ୱର୍ଗୀୟ କଳାକାର ଋଷି କପୁର ଏବଂ ଦିବ୍ୟା ଭାରତୀ। ଏହି ଫିଲ୍ମରେ ଶାହାରୁଖଙ୍କ ଏଣ୍ଟ୍ରୀ ଇଣ୍ଟରଭାଲ୍ ପରେ ହୋଇଥିଲେ ମଧ୍ୟ ତାଙ୍କ ଚରିତ୍ର ବେଶ୍ ଦମଦାର ଥିବାରୁ ଲୋକେ ଆଜିଯାଏଁ ତାଙ୍କ ଅଭିନୟକୁ ଭୁଲିପାରିନାହାନ୍ତି।

srk-2

କିନ୍ତୁ ଏକ ଇଣ୍ଟରଭ୍ୟୁରେ ଶାହାରୁଖ ନିଜେ କହିଥିଲେ ଯେ ଆଜି ଯାଏଁ ସେ ତାଙ୍କର ପ୍ରଥମ ଫିଲ୍ମକୁ ଦେଖିନାହାନ୍ତି। ତାଙ୍କ ଅନୂଯାୟୀ ଯେଉଁ ଫିଲ୍ମର ସୁଟିଂ ସମୟରେ ସେ ମଜା ନେଇପାରନ୍ତି ନାହିଁ ସେହି ଫିଲ୍ମ ହିଟ୍ ହଉ ବା ଫ୍ଲପ୍, ସେ ଦେଖିବାକୁ ଇଚ୍ଛା କରନ୍ତି ନାହିଁ। ‘ଦିଓ୍ୱାନା’ ଫିଲ୍ମର ସୁଟିଂ ସମୟରେ ମଧ୍ୟ ସେ ମଜା ନେଇପାରିନାହାନ୍ତି ବୋଲି ସେହି ଫିଲ୍ମ ଦେଖିବାକୁ ସେ କେବେ ଇଚ୍ଛା କରନ୍ତି ନାହିଁ।

srk-3

କିନ୍ତୁ ଫିଲ୍ମ ଦିଓ୍ୱାନାରେ ଶାହାରୁଖଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରିଥିଲେ ଦର୍ଶକ। ଏହି ଫିଲ୍ମରୁ ଆରମ୍ଭ ହୋଇଥିଲା ଶାହାରୁଖଙ୍କ ବଲିଉଡର ବାଦଶାହା ହେବା ସଫର। ଏହା ପରେ ସେ ବଲିଉଡକୁ ଦେଇଥିଲେ ଅନେକ ହିଟ୍ ଫିଲ୍ମ।

LEAVE A REPLY

Please enter your comment!
Please enter your name here