ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

- ଭୁବନେଶ୍ୱରରୁ ଆଜି ୩୨ ପଜିଟିଭ୍ ଚିହ୍ନଟ
- ୧୮ ଲୋକାଲ୍ କେସ୍, ୧୪ କ୍ୱାରେଣ୍ଟାଇନରୁ ଚିହ୍ନଟ
- ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୫୭କୁ ବୃଦ୍ଧି
ରାଜଧାନୀରେ ପୁଣି ବଢ଼ିଲା ପଜିଟିଭ୍ ସଂଖ୍ୟା। ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫୬ ଜଣ ପଜିଟିଭ୍ ମଧ୍ୟରୁ ୩୨ ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜଧାନୀର କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୭କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୮ ଜଣ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି।
ଭୁବନେଶ୍ୱରର ନୟାପଲ୍ଲୀ ଆଇଆରସି ଭିଲେଜ, ନୂଆସାହି, ବ୍ରିଟ୍ କଲୋନୀ ଆଦି ଅଞ୍ଚଳରୁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ସେହିପରି ଭୀମଟାଙ୍ଗୀ, ବାପୁଜିନଗର, ଚନ୍ଦ୍ରଶେଖରପୁର, ସାଲିଆସାହି, ନଖରା, ଭରତପୁର, ଆଦି ଅଞ୍ଚଳରୁ ମଧ୍ୟ ସ୍ଥାନୀୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ରାଜଧାନୀର ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀର ମୋଟ ୨୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜଧାନୀରେ ଏଯାବତ ମୋଟ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ବୋଲି ବିଏମସି ସୂଚନା ଦେଇଛି।

















