ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣ ପାଇଁ ଗତ ୪ ମାସ ହେଲା ସ୍କୁଲ, କଲେଜ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍‌ଇ ୩୦ ପ୍ରତିଶତ ଏବଂ ଆଇସିଏସ୍‌ଇ ୨୫ ପ୍ରତିଶତ ଚଳିତ ଶିକ୍ଷାବର୍ଷରେ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ହେଲେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କ’ଣ କରିବ ତାକୁନେଇ ଚର୍ଚ୍ଚା ଜୋର୍‌ ଧରିଛି। ସ୍କୁଲ ଖୋଲିବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିବା ପରେ ପିଲାଙ୍କ ମନରେ ଦ୍ୱନ୍ଦ୍ୱ ବଢ଼ିଛି।

CGU newମାର୍ଚ୍ଚ ୨୪ ପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିଲେ ମଧ୍ୟ ସରକାର ଏଯାଏ ସ୍କୁଲ କଲେଜ ଖୋଲି ନାହାନ୍ତି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଏବେ ଅନଲାଇନ ପାଠପଢ଼ା ଆରମ୍ଭ ହୋଇଛି। ହେଲେ ଏହାରି ଭିତରେ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ନିଜର ପାଠ୍ୟକ୍ରମ କମାଇ ଦେଇଛନ୍ତି। ଓଡ଼ିଶା ବୋର୍ଡ କେତେ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରିବ ତାହା ସ୍ପଷ୍ଟ ହୋଇନାହିଁ।

ସିବିଏସ୍‌ଇ ଭଳି ରାଜ୍ୟ ସରକାର ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରିବାକୁ ଶିକ୍ଷାବିତମାନେ ଦାବି କରିଛନ୍ତି।

‘‘ସିବିଏସ୍‌ଇଠାରୁ ଅଧିକ ପ୍ରଶତିଶତ ପାଠ୍ୟକ୍ରମ ଓଡ଼ିଶାରେ ହ୍ରାସ କରାଯାଇପାରେ। ତେବେ ବର୍ତ୍ତମାନ କିଛି ନିଷ୍ପତ୍ତି ହୋଇନି। ସ୍କୁଲ ଖୋଲିବା ପରେ ଏ ବିଷୟରେ ନିଷ୍ପତ୍ତି ନିଆଯିବ’’, କହିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ।

LEAVE A REPLY

Please enter your comment!
Please enter your name here