ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ କଳାକାର ପରିବାରରେ ଜନ୍ମ ହୋଇଛନ୍ତି। ଯେଉଁମାନଙ୍କ ବାପା, ମା ମଧ୍ୟ ଜଣେ ଜଣେ ବଡ଼ କଳାକାର। ବଲିଉଡରେ ଗଡଫାଦର ଥାଇ ମଧ୍ୟ ଇଣ୍ଡଷ୍ଟ୍ରିରେ କିଛି କମାଲ କରିପାରିନାହାନ୍ତି ଏହି ଅଭିନେତା।

ଉଦୟ ଚୋପ୍ରା

ପ୍ରସିଦ୍ଧ ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ପୁଅ ଉଦୟ ଚୋପ୍ରା ବଲିଉଡରେ ଭଲ କ୍ୟାରିୟର କରିପାରିଲେ ନାହିଁ। ପ୍ରଶଂସକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିବାକୁ ଅନେକ ଥର ଚେଷ୍ଟା କରି ମଧ୍ୟ ସେ ବିଫଳ। ଉଦୟ ଚୋପ୍ରା କେବଳ ତାଙ୍କ ଫିଲ୍ମ ମହବତେଁ ଏବଂ ଧୁମ୍‌ ପାଇଁ ଜଣାଶୁଣା।CGU new

ସଞ୍ଜୟ କପୁର

କପୁର ପରିବାରର ଦବଦବା ବଲିଉଡରେ ରହିଛି। କିନ୍ତୁ ସଞ୍ଜୟ କପୁର ଏହାର ଫାଇଦା ନେଇପାରିନାହାନ୍ତି। ସଞ୍ଜୟ ୧୯୯୫ ମସିହାରେ ଡେବ୍ୟୁ କରିଥିଲେ। କିନ୍ତୁ ତାଙ୍କ କ୍ୟାରିୟର ଭଲ ଚାଲିନଥିଲା।

ସୋହେଲ ଖାନ, ଅରବାଜ ଖାନ

ସଲମାନ ଖାନଙ୍କ ଭାଇ ସଲିମ ଖାନଙ୍କ ପୁଅ, ତଥାପି ସୋହେଲ ଖାନଓ ଅରବାଜ ଖାନ ତାଙ୍କ କ୍ୟାରିୟରରେ ସଫଳତା ପାଇନଥିଲେ ଯାହା ସମସ୍ତେ ଆଶା କରିଥିଲେ।

ତୁଷାର କପୁର

କିମ୍ବଦନ୍ତୀ ଅଭିନେତା ଜିତେନ୍ଦ୍ରଙ୍କ ପୁଅ ତଥା ଟେଲିଭିଜନ ରାଣୀ ରାଣୀ ଏକତା କପୁରଙ୍କ ଭାଇ ହେଲେ ତୁଷାର କପୁର। ତଥାପି ସେ ବଲିଉଡରେ ପ୍ରଭାବହୀନ। ମୁଝେ କୁଛ କେହେନା ହୈ, ଗୋଲମାଲ ଭଳି କେତୋଟି ଫିଲ୍ମରେ ମାତ୍ର ସେ ଅଭିନୟ କରିଛନ୍ତି।

Comment