ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମ ଲକ୍‌ଡାଉନ୍‌। ଏହି ବନ୍ଦ ବେଳେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ସେନେଇ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

କ’ଣ ଖୋଲା ରହିବ?

  • ପ୍ରତିରକ୍ଷା, କେନ୍ଦ୍ରୀୟ ସୁରକ୍ଷା ବଳ, ଟ୍ରେଜେରୀ ଅଫିସ୍‌।
  • ଜରୁରୀ ସେବା ସହ ଜଡ଼ିତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ।
  • ପୋଷ୍ଟ ଅଫିସ୍‌, ଟେଲିକମ୍‌ ସେବା, ପାଣିପାଗ ଓ କେନ୍ଦ୍ରୀୟ ସୂଚନା କେନ୍ଦ୍ର।
  • ରିଜର୍ଭ ବ୍ୟାଙ୍କ, କଷ୍ଟମ କ୍ଲିୟରାନ୍ସ ଅଫିସ୍‌, ଏଟିଏମ୍‌।
  • ଜରୁରୀ ସେବା ସହ ଜଡ଼ିତ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ।
  • ବିପର୍ଯ୍ୟୟ ପରିଚାଳନା ଅଫିସ୍‌, ଜିଲ୍ଲା ଓ ମ୍ୟୁନିସିପାଲିଟି, ପୋଲିସ ଓ ଅଗ୍ନିଶମ।
  • ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ଖୋଲା ରହିବ।
  • କ୍ଲିନିକ, ନର୍ସିଂହୋମ, ଔଷଧ ଦୋକାନ କଟକଣାମୁକ୍ତ।
  • ଆମ୍ବୁଲାନ୍ସ, ଡାକ୍ତର, ପାରାମେଡିକାଲ ଓ ସ୍ୱାସ୍ଥ୍ୟ କର୍ମୀ କଟକଣାମୁକ୍ତ।
  • ପରିମଳ, ଜଳଯୋଗାଣ, ସ୍ୱେରେଜ, ବିଦ୍ୟୁତସେବା କାର୍ଯ୍ୟ ଚାଲୁ ରହିବ।
  • ଗ୍ରୋସରୀ, ପରିବା, କ୍ଷୀର ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲା।
  • ଗ୍ରୋସରୀ, ଅଣ୍ଡା, ମାଛ, ମାଂସର ହୋମ୍‌ଡେଲିଭରି ହୋଇପାରିବ।
  • କୃଷି ଓ ମାଛ ଚାଷ କାର୍ଯ୍ୟ ଚାଲୁ ରହିବ।
  • ପେଟ୍ରୋଲ ପମ୍ପ ଖୋଲା ରହିବ।
  • ଏୟାରପୋର୍ଟ, ରେଳ ଷ୍ଟେସନ ଓ ବସ୍‌ ଟର୍ମିନାଲ ଖୋଲା ରହିବ।
  • ଓଲା, ଉବେର, ଟାକ୍ସି, ବ୍ୟକ୍ତିଗତ ଗାଡ଼ି ଏୟାରପୋର୍ଟ, ରେଳ ଷ୍ଟେସନକୁ ଯାଇପାରିବ।
  • ଜାତୀୟ ରାଜପଥରେ ଗାଡ଼ି ଚାଲିପାରିବ। ମାଲ ପରିବହନ ହୋଇପାରିବ।
  • ଜୋମାଟୋ, ସ୍ୱିଗି, ଓପୋଲୋଫେଡ୍‌, ଓମ୍‌ଫେଡ୍‌, ଚିଲିକା ଫ୍ରେସ୍‌ ହୋମଡେଲିଭରି କରିପାରିବେ।
  • ଜାତୀୟ ରାଜପଥ କଡ଼ ଢାବା ଖାଦ୍ୟ ପାର୍ସଲ ଦେଇପାରିବେ।
  • ସ୍ୱଳ୍ପ କର୍ମଚାରୀରେ ହୋଟେଲ ଖୋଲିବ, ଖାଦ୍ୟ ପାର୍ସଲ ହେବ।
  • ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆ କଟକଣାମୁକ୍ତ। ଜିଲ୍ଲା ଓ କମିସନରେଟ୍‌ ପୋଲିସ ଅନୁମତି ଦେଇଥିବା ସାମ୍ବାଦିକ ଯିବା ଆସିବା କରିପାରିବେ।

CGU newକ’ଣ ବନ୍ଦ ରହିବ?

  • ଲୋକଙ୍କ ଯିବା ଆସିବା ବନ୍ଦ ରହିବ।
  • ବିନା କାରଣରେ ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ।
  • ଜରୁରୀ ସେବା ସହ ଜଡ଼ିତ ନଥିବା ସବୁ ଅଫିସ୍‌ ବନ୍ଦ ରହିବ।
  • ଘରୁ ନବାହାରିବାକୁ ଲୋକଙ୍କୁ ଅପିଲ୍‌।
  • କଟକ ଓ ଭୁବନେଶ୍ୱର ସହର ଭିତରକୁ ଲୋକଙ୍କ ଯା’ ଆସ ଉପରେ କଟକଣା।

Comment