ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅଜୟ ଦେବଗନଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ଏହି ଫିଲ୍ମରୁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଲୁକ୍ ସେୟାର କରାଯାଇଛି। ଏହାପରେ ଟୁଇଟରରେ ଚହଳ ସୃଷ୍ଟି ହୋଇଛି। ଫିଲ୍ମରୁ ସୋନାକ୍ଷୀଙ୍କୁ ବାହାରି କରିଦେବାକୁ ଦାବି କରିଛନ୍ତି ୟୁଜର୍ସ। ଏମିତିକି ସୋନାକ୍ଷୀଙ୍କ ପାଇଁ ଏହି ଫିଲ୍ମକୁ ବୟକଟ କରିବାକୁ ମଧ୍ୟ ଦାବି ହୋଇଛି।
ସୋନାକ୍ଷୀଙ୍କୁ ନେଇ ଏ କଥା ସାମ୍ନାକୁ ଆସିବାର କାରଣ ହେଉଛି ନେପୋଟିଜିମ। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡରେ ଏହି ପ୍ରସଙ୍ଗକୁ ନେଇ ଚାଲିଛି ଜୋରଦାର ଆଲୋଚନା। ଫଳରେ ୟୁଜର୍ସଙ୍କ ଟାର୍ଗେଟରେ ଆସିଥିଲେ ସୋନାକ୍ଷୀ। ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଟୁଇଟର ଛାଡ଼ିଥିଲେ ସେ।
ଏବେ ତାଙ୍କ ଆଗାମୀ ଫିଲ୍ମର ପୋଷ୍ଟର ରିଲିଜ ହେବା ପରେ ତାଙ୍କୁ ନେଇ ପୁଣି ଜୋରଦାର ଚର୍ଚ୍ଚା ଚାଲିଛି।
ଅନ୍ୟପକ୍ଷରେ ଅଜୟ ଦେବଗନଙ୍କ ଏହି ଫିଲ୍ମରେ ସେନାକ୍ଷୀଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଶରଦ କେଲକର, ନୋରା ଫତେହି ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଡିସ୍ନି ହଟଷ୍ଟାରରେ ରିଲିଜ ହେବ ବୋଲି ଅଜୟ ଦେବଗନ ସ୍ପଷ୍ଟ କରିଛନ୍ତି।


















