ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ୍ରେ କଟକ ଓ ଭୁବନେଶ୍ୱରରେ ଗଡ଼ିବନି ମୋ’ ବସ୍। ଏନେଇ ମୋ’ ବସ୍ ପରିଚାଳନା ସଂସ୍ଥା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଏୟାରପୋର୍ଟ ଏବଂ ରେଳ ଷ୍ଟେସନ ଯାତ୍ରୀଙ୍କ ପାଇଁ ସଟଲ୍ ସେବା ଆସନ୍ତାକାଲିଠୁ ଆରମ୍ଭ ହେବ।
ଆଜି ରାତି ୯ଟାରୁ ଓଡ଼ିଶାର ୪ଟି ଜିଲ୍ଲା ଏବଂ ରାଉରକେଲା ଲକ୍ଡାଉନ ରହିବ। ଏଥିପାଇଁ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। କଟକ ଓ ଭୁବନେଶ୍ୱର ପାଇଁ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ କଟକଣା କରିଛନ୍ତି।
କଟକ ଏବଂ ଭୁବନେଶ୍ୱର ସହର ଭିତରକୁ କେହି ଯିବା ଆସିବା କରିପାରିବେ ନାହିଁ ବୋଲି କମିସନର କହିଛନ୍ତି। ଦୋକାନ, ବଜାର ବନ୍ଦ ରହିବା ସହ କେବଳ ଅତ୍ୟାବଶ୍ୟକ ଜରୁରୀସେବା ଜାରି ରହିବ। ଷ୍ଟେସନ, ଏୟାରପୋର୍ଟ ଖୋଲାରହିବ।


















