ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
‘ଟଏଲେଟ୍ ଏକ ପ୍ରେମ କଥା’, ‘ଦମ୍ ଲଗା କେ ହୈସା’ ଓ ‘ଶୁଭ ମଙ୍ଗଲ ସାବଧାନ’ ଭଳି ଫିଲ୍ମର ନାୟିକା ଭୂମି ପେଡେନକରଙ୍କର ଆଜି ଜନ୍ମଦିନ। ୧୯୮୯, ଜୁଲାଇ ୧୮ରେ ମୁମ୍ବାଇରେ ଜନ୍ମ ହୋଇଥିବା ଭୂମି ଆଜି ନିଜର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଭୂମିଙ୍କ ବିଷୟରେ କିଛି ରୋଚକ କଥା ଜାଣିବା…
ଫିଲ୍ମରେ ଆସିବା ପୂର୍ବରୁ ଭୂମି ମୋଟ ଥିଲେ। ଫିଲ୍ମରେ ହିରୋଇନ୍ ହେବା ଲାଗି ପ୍ରାୟ ୪୭ କିଲୋଗ୍ରାମ୍ ଓଜନ କମ୍ କରିଥିଲେ। ତାଙ୍କର ପୂର୍ବ ଫଟୋ ଓ ଆଜିକାର ଫଟୋ ଦେଖିଲେ କେହି ସହଜରେ ବିଶ୍ୱାସ କରିବେ ନାହିଁ ଯେ ଇଏ ଭୂମି ପେଡେନକର।
ବଲିଉଡ଼ର ଜଣେ ନିଆରା ନାୟିକା ହେଲେ ଭୂମି ପେଡେନକର। ୟଶରାଜ ଫିଲ୍ମସ କମ୍ପାନିରେ ଜଣେ କାଷ୍ଟିଂ ଡାଇରେକ୍ଟର ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ସେ। ଭୂମି ‘ଦମ୍ ଲଗାକେ ହୈସା’ ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରି ବଲିଉଡରେ ସଫଳତା ହାସଲ କରିଥିଲେ।
ଏହା ପରେ ଅକ୍ଷୟ କୁମାରଙ୍କ ସହିତ ବହୁ ଚର୍ଚ୍ଚିତ ସିନେମା ‘ଟଏଲେଟ୍-ଏକ
ପ୍ରେମ୍ କଥା’ରେ ନଜର ଆସିଥିଲେ ଭୂମି ପେଡେନକର। ଏହା ବି ସୁପରହିଟ ହେଲା। ତା’ ପରେ ତାଙ୍କୁ ‘ଶୁଭ ମଙ୍ଗଲ ସାବଧାନ’, ‘ପତି ପତ୍ନୀ ଅର ବୋ’, ସୋନେ ଚିରିଆ, ସାଣ୍ଡ କି ଆଖଁ ଭଳି ଫିଲ୍ମରେ ତାଙ୍କ ମିଳିଛି। ସବୁ ଫିଲ୍ମ ଦମଦାର ଅଭିନୟ କରି ନିଜ ପ୍ରତିଭା ପରିଚୟ ଦେଇଛନ୍ତି ଭୂମି।



















