ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡକୁ ଅର୍ଥ ଦାନ କଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ। ସେ ବ୍ୟକ୍ତିଗତ ଭାବେ ଏହି ଫଣ୍ଡକୁ ୨୦ ହଜାର ଟଙ୍କା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି। ଏହି ଚେକ୍‌ ସେ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ ଚାଟାର୍ଜୀଙ୍କୁ ପ୍ରଦାନ କରିଥିଲେ। ପବ୍ଲିକ ଲାଇବ୍ରେରୀ ଫଣ୍ଡକୁ ଅର୍ଥ ଦାନ କରିବାରେ ଶ୍ରୀ ପାଣିଗ୍ରାହୀ ହେଉଛନ୍ତି ପ୍ରଥମ ବ୍ୟକ୍ତି।

‘‘ଆମ ଭାଷା ଓ ସଂସ୍କୃତିକୁ ମଜଭୁତ କରିବାକୁ ହେଲେ ପାଠାଗାରର ସୁଦୃଢ଼ୀକରଣ ଆବଶ୍ୟକ। ଏଥିପାଇଁ ସମସ୍ତେ ଆଗେଇ ଆସିବା ଦରକାର। ବଦାନ୍ୟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନ ଏବଂ କର୍ପୋରେଟ୍‌ ହାଉସ୍‌ଗୁଡ଼ିକ ସହଯୋଗ କରିବା ଆବଶ୍ୟକ’’, କହିଛନ୍ତି ମନୋରଞ୍ଜନ ପାଣିଗ୍ରାହୀ।

CGU newଏହି ଲାଇବ୍ରେରୀ ଫଣ୍ଡ ନାମରେ ଏକ କର୍ପସ୍‌ ପାଣ୍ଠି ଗଠନ କରି ପ୍ରାପ୍ତ ସୁଧ ଅର୍ଥରେ ପାଠାଗାର ସଂସ୍ଥାପନା ପରିଚାଳନା ଓ ବିକାଶ କରାଯିବ। ଇତି ମଧ୍ୟରେ ରାଜ୍ୟ ସ୍ତରରେ ଓଡ଼ିଶା ପବ୍ଲିକ ଲାଇବ୍ରେରୀ କାଉନସିଲ୍‌ ଗଠନ ହୋଇସାରିଛି। ଅନୁରୂପ ଭାବେ ଜିଲ୍ଲା ସ୍ତରରେ କମିଟି ଗଠନ କରିବା ନିମନ୍ତେ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ବର୍ତ୍ତମାନସୁଦ୍ଧା କେବଳ ୩ଟି ଜିଲ୍ଲାରେ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି।

Comment