ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଗ ଫସଲରେ ଦେଖାଯାଉଥିବା ରୋଗ ମଧ୍ୟରୁ ସାହେବୀ ରୋଗ ଅନ୍ୟତମ। ମୁଗ ଫସଲରେ ଏହି ରୋଗ ହେଲେ ପୂରା ଗଛକୁ ନଷ୍ଟ କରିଦେଇଥାଏ। ତେଣୁ ଏହି ରୋଗର ପରିଚାଳନା କିପରି କରିବେ ଜାଣନ୍ତୁ।
ମୁଗ ଚାଷ ଉଷ୍ମ ଜଳବାୟରେ ଭଲ ହୁଏ। ସମୁଦ୍ର ପତ୍ତନଠାରୁ ୨ ହଜାର ମିଟର ପର୍ଯ୍ୟନ୍ତ ମୁଗ ଚାଷ କରାଯାଇଥାଏ। ମୁଗ ଗଛ ଟାଣ ହୋଇଥିବାରୁ ଓ ତାହାର ଚେର ମାଟିରେ ବହୁ ଗଭୀରକୁ ଯାଇଥିବାରୁ ମରୁଡି ସମୟରେ ମଧ୍ୟ ଏହି ଗଛ ବଞ୍ଚି ରହିଥାଏ। କିନ୍ତୁ ସାହେବୀ ରୋଗ ଯୋଗୁଁ ମୁଗ ଗଛକୁ ବ୍ୟାପକ କ୍ଷତି ପହଞ୍ଚିଥାଏ। 
ଏହି ଚାଷ ପାଇଁ ବର୍ଷାଦିନେ ନିଗିଡ଼ା ମାଟି ଓ ଶୀତ ତଥା ଖରାଦିନେ ଜଳ ଧରି ରଖିପାରୁଥିବା ମାଟି ଅଧିକ ଉପଯୋଗୀ।
ସାହେବୀ ରୋଗ ଯୋଗୁଁ ମୁଗ ଫସଲ ବହୁ କ୍ଷତି ହୋଇଥାଏ। ସାହେବୀ ରୋଗ ଲାଗିଲେ ମୁଗ ଫସଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ। ଏହି ରୋଗର ପ୍ରଥମ ଅବସ୍ଥାରେ କଅଁଳିଆ ପତ୍ରରେ ଅଳ୍ପ ମାତ୍ରାରେ ହଳଦିଆ ଦାଗ ଦେଖାଯାଇଥାଏ।
ତାହା ପରେ ଗଛର ସବୁ ପତ୍ରରେ ଏହା ଦେଖାଯାଇଥାଏ। ଦାଗଗୁଡ଼ିକ କ୍ରମଶଃ ଆକାରରେ ବଢ଼ିଥାଏ ଏବଂ ଶେଷରେ ଗଛର ସମ୍ପୂର୍ଣ୍ଣ ପତ୍ର ହଳଦିଆ ପଡ଼ିଯାଏ।
ଆକ୍ରାନ୍ତ ପତ୍ରରେ ମଧ୍ୟ ପୋଡ଼ାଳିଆ ଲକ୍ଷଣ ଦେଖାଯାଏ। ରୋଗାକ୍ରାନ୍ତ ଗଛଗୁଡ଼ିକ ରୁଗୁଣିଆ ହୋଇଥାନ୍ତି। ଫଳରେ ଗଛ ବିଳମ୍ବରେ ପାକଳ ହୁଏ ଓ କମ୍ ଫୁଲ ଓ ଛୁଇଁ ହୁଏ।
ବିଶେଷ ଭାବେ ପ୍ରାକ ରବି ଓ ରବି ୠତୁରେ ଏହି ରୋଗର ପାଦୁର୍ଭାବ ଅଧିକ ଥାଏ। ତେଣୁ ପ୍ରାକ ରବି ପାଇଁ ପିଡିଏମ ୫୪ ଡିଏଆରଏମ୍ ଏକେ ଆଦି କିସମର ମୁଗ ଚାଷ କଲେ ସାହେବୀ ରୋଗରୁ ରକ୍ଷା ମିଳେ। କାରଣ ଏହି କିସମଗୁଡ଼ିକର ସାହେବୀ ରୋଗକୁ ସହିବାର ଶକ୍ତି ଅଛି।








