ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

TV artist

ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ସ୍ଥାନ ପାଇଁ ବହୁ କଠିନ ପରିଶ୍ରମ କରିଥାନ୍ତି ଟିଭି କଳାକାର। ପ୍ରତିଦିନ ସବୁଘରେ ଟିଭି ସୋ’ଗୁଡ଼ିକୁ ନେଇ ଚାଲିଥାଏ ଚର୍ଚ୍ଚା। କେତେକ କ୍ଷେତ୍ରରେ ବଡ଼ ପରଦାର ଅଭିନେତା ଅଭିନେତ୍ରୀମାନଙ୍କଠାରୁ ଛୋଟ ପରଦାର କଳାକାର ବେଶ୍ ଲୋକପ୍ରିୟ ଅଟନ୍ତି।

CGU new

ତେବେ ଆପଣ ଜାଣନ୍ତି କି ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ଆପଣଙ୍କ ପ୍ରିୟ ଟିଭି କଳାକାରମାନେ କେଉଁ ପ୍ରଫେସନରେ ଥିଲେ? ଆସନ୍ତୁ ଜାଣିବା ଆକ୍ଟିଂ କ୍ୟାରିୟରକୁ ଆସିବା ପୂର୍ବରୁ କ’ଣ କରୁଥିଲେ ଏହି ଟିଭି କଳାକାର-

divyanka-tripathi-1

ଦିବ୍ୟଙ୍କା ତ୍ରିପାଠୀ- ଘରେ ଘରେ ପରିଚିତ ଦିବ୍ୟଙ୍କା ଟିଭି ଜଗତରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ପରଦାକୁ ଆସିବା ପୂର୍ବରୁ ସେ ଭୋପାଲର ରାଇଫଲ ଏକାଡେମୀରେ ଏକ୍ସିକ୍ୟୁଟିଭ୍ ଅଫିସର ଭାବେ କାମ କରୁଥିଲେ।

kapil sharma-2

କପିଲ ଶର୍ମା- ଟି.ଭି ଜଗତରେ ସବୁଠାରୁ ଲୋକପ୍ରିୟ ହେଉଛନ୍ତି କପିଲ। କମେଡି କରିବା ସହ ଗୀତ ଗାଇବାରେ ମଧ୍ୟ ରୁଚି ରଖନ୍ତି। କଲେଜ ସମୟରେ ସେ ଥିଏଟର ମଧ୍ୟ କରୁଥିଲେ। ତେବେ ଟିଭି ଜଗତକୁ ଆସିବା ପୂର୍ବରୁ ଏକ ପୁଲ ପାର୍ଲରରେ ସେ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ଏବା ବ୍ୟତୀତ ଏକ ଫୋନ ବୁଥରେ ମଧ୍ୟ ସେ କାମ କରିଛନ୍ତି।

nia sharma

ନିଆ ଶର୍ମା- ଟି.ଭି ଦୁନିଆଠୁ ଆରମ୍ଭ କରି ଓ୍ୱେବ୍ ସିରିଜ୍ ଯାଏଁ ସବୁଠି ନିଆ ଶର୍ମାଙ୍କ ଚର୍ଚ୍ଚା। ସୋସିଆଲ ମିଡିରରେ ମୋଷ୍ଟ ଡିଜାରେବଲ୍ ଓ୍ୱମେନ୍ ଲିଷ୍ଟରେ ମଧ୍ୟ ସେ ସାମିଲ୍ ଅଛନ୍ତି। ନିଜ ହଟ୍ ଲୁକକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ନିଆ। ତେବେ ଟି.ଭି ଜଗତକୁ ଆସିବା ପୂର୍ବରୁ ନିଆ ଜଣେ ସମ୍ବାଦିକ ବାବେ କାମ କରୁଥିଲେ। ସେ ଅନେକ ମିଡିଆ ହାଉସ ମଧ୍ୟ କାମ କରିଛନ୍ତି।

sunil grover-1

ସୁନୀଲ ଗ୍ରୋଭର୍– ଟିଭି ଜଗତରେ ‘ଗୁଥି’ ତଥା ଚାକ୍ତର ମସହୁର ଗୁଲାଟୀ ଭାବେ ପରିଚିତ ସୁନୀଲ ଗ୍ରୋଭରଙ୍କୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି। ତେବେ କମେଡିଆନ ହେବା ପୂର୍ବରୁ ସେ ଜଣେ ରେଡିଓ ଜକି ଭାବେ କାମ କରୁଥିଲେ।

dipika-kakkar

ଦୀପିକା କକ୍କର– ‘ସସିରାଲ ସିମର କା’ ହେଉ ବା ‘ବିଗ୍ ବସ୍’, ସବୁଠି ନିଜ ଛାପ ଛାଡ଼ିଛନ୍ତି ଦୀପିକା। ତେବେ ଆକ୍ଟି କୁ ଆସିବା ପୂର୍ବରୁ ଦୀପିକା ଜଣେ ଏୟାର ହୋଷ୍ଟେସ୍ ଥିଲେ।

krutika sengar

କୃତିକା ସେଙ୍ଗର- ‘ଝାନ୍ସି କି ରାନୀ’ ଏବଂ ‘କସମ ତେରେ ପ୍ୟାର କି’ ଭଳି ସିରିୟଲ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା କୃତିକା ସେଙ୍ଗର ଟିଭି ଜଗତକୁ ଆସିବା ପୂର୍ବରୁ ଏକ ଆଡ୍ ଏଜେନ୍ସିରେ କାମ କରୁଥିଲେ।

karan mehra

କରଣ ମେହରା- ‘ୟେ ରିସ୍ତା କ୍ୟା କେହଲାତା ହେ’ ରେ ନୈତିକ ତରିତ୍ରରେ କରଣ ମେହରାଙ୍କୁ ବେଶ୍ ପସନ୍ଦ କରଥିଲେ ଦର୍ଶକ। ତେବେ ଆକ୍ଟିଂ କ୍ୟାରିୟର ପୂର୍ବରୁ ସେ ଜଣେ ଫ୍ୟାସନ୍ ଡିଜାଇନର୍ ଥିଲେ।

LEAVE A REPLY

Please enter your comment!
Please enter your name here