ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

bbsr new positive cases

ଭୁବନେଶ୍ୱରରେ ଆଜି ପୁଣି ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୪୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୫ ଜଣ ଲୋକାଲ କେସ୍ ଅଛନ୍ତି।

CGU new

ବିଜେବି ନଗର, ନୟାପଲ୍ଲୀ, ଖଣ୍ଡଗିରି, ଲକ୍ଷ୍ମୀସାଗର, ଗଙ୍ଗନଗର, ବରମୁଣ୍ଡା, ପୋଖରିପୁଟ, ଭରତପୁର ଆଦି ସ୍ଥାନମାନଙ୍କରୁ ଆସିଥିବା ଲୋକାଲ୍ କେସ୍ ଚିନ୍ତାର କାରଣ ପାଲଟିଛି।

ଏପର୍ଯ୍ୟନ୍ତ‌ ଭୁବନେଶ୍ୱରରେ ୧୨୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୫୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୬୪୨ ଆକ୍ଟିଭ କେସ୍‌ ରହିଥିଲା ବେଳେ ଭୁବନେଶ୍ୱରରେ ଏଯାଏଁ କରୋନାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି।

Comment