ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ଶେଷକୃତ୍ୟ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ସମ୍ପନ୍ନ ହୋଇଛି। ଫରେଷ୍ଟ ପାର୍କସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି। କୋଭିଡ୍‌ କଟକଣା ଭିତରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ବୁଧବାର ଅପରାହ୍‌ଣରେ ତାଙ୍କ ପାର୍ଥିବ ଶରୀର ମୁମ୍ବାଇରୁ ଭୁବନେଶ୍ୱରସ୍ଥିତ ଫରେଷ୍ଟ ପାର୍କ ବାସଭବନରେ ପହଞ୍ଚିଥିଲା। ବରିଷ୍ଠ ଆଇଏଏସ୍‌ ଅଫିସରଙ୍କ ସମେତ ବହୁ ରାଜନେତା ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମୁମ୍ବାଇର ପୂର୍ବତନ ପୋଲିସ କମିସନର ଅରୂପ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଭୁବନେଶ୍ୱର କ୍ଲବର ସଦସ୍ୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

CGU newଗତ ମଙ୍ଗଳବାର ମୁମ୍ବାଇ ଆପୋଲୋ ହସ୍ପିଟାଲରେ ପ୍ରିୟବ୍ରତ ପଟ୍ଟନାୟକଙ୍କର ଦେହାନ୍ତ ହୋଇଥିଲା। ସେ ଦୀର୍ଘଦିନ ଧରି କ୍ୟାନ୍‌ସର ରୋଗରେ ପୀଡ଼ିତ ଥିଲେ। ୧୯୭୬ ବ୍ୟାଚର ଆଇଏଏସ୍‌ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସୂଚାରୁରୂପେ ତାଙ୍କ ଦାୟିତ୍ୱ ତୁଲାଇଥିଲେ। ଭୁବନେଶ୍ୱର କ୍ଲବକୁ ଆଗକୁ ନେବାରେ ତାଙ୍କର ପ୍ରମୁଖ ଅବଦାନ ମଧ୍ୟ ରହିଛି। ଏହାସହ ଓଡ଼ିଶା ଜୁଡୋ ଆସୋସିଏସନର ଅଧ୍ୟକ୍ଷ ମଧ୍ୟ ଥିଲେ।

LEAVE A REPLY

Please enter your comment!
Please enter your name here