ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୩ ଜଣ ଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୩ ଜଣ ଅଛନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କ ମଧ୍ୟରେ ମଞ୍ଚେଶ୍ୱରରେ ଥିବା ଏକ ଅଟାକଳର ୩୫ ଜଣ କର୍ମଚାରୀ ସାମିଲ ଅଛନ୍ତି।CGU new

ପଟିଆ, ନୟାପଲ୍ଲୀ, କସ୍ତୁରବା ନାରୀ ମହଲ, ନିକଟରୁ, ନୟାପଲ୍ଲୀ ନୂଆସାହି, ଆଇଆରସି ଭିଲେଜ, ନିଳାଦ୍ରୀ ବିହାର,  ୟୁନିଟ ୯ ଗ୍ରିଡକୋ କଲୋନୀ, ଏମଏଲଏ କଲୋନୀ, ୟୁନିଟ ୩ ଚନ୍ଦ୍ରମା ,  ପୋଖରୀପୁଟ ଲିଙ୍ଗରାଜ ବିହାର ଆଦି ସ୍ଥାନରୁ ଲୋକାଲା କେସ ଆସିଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୮୦୫ ଜଣ ସୁସ୍ଥ ହୋଇଥିଲା ବେଳେ ୬୫୧ ଜଣ ଚିକିତ୍ସାଧୀନ ଅଛନ୍ତି। ୧୧ ଜଣଙ୍କର ମୃତ୍ୟୁ ଘଟିଛି।

Comment