ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଙ୍କଟ ଭିତରେ ରାଜ୍ୟର ସବୁ ବର୍ଗର ଶ୍ରମିକମାନଙ୍କର ଦୈନିକ ମଜୁରି ବୃଦ୍ଧି ହୋଇଛି। ମଜୁରି ୫ ଟଙ୍କା ୪୦ ପଇସା ବୃଦ୍ଧି ପାଇଛି।
ଅଣକୁଶଳୀ ଶ୍ରମିକଙ୍କ ମଜୁରି ବୃଦ୍ଧି ପାଇ ୩୦୩ ଟଙ୍କା ୪୦ ପଇସା ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ୩୪୩ ଟଙ୍କା ୪୦ ପଇସା ହୋଇଛି। ସେହିପରି କୁଶଳୀ ଶ୍ରମିକଙ୍କ ମଜୁରି ୩୯୩ ଟଙ୍କା ୪୦ ପଇସା ହୋଇଥିବା ବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରି ୪୫୩ ଟଙ୍କା ୪୦ ପଇସା ହୋଇଛି।


















