ଓଡ଼ିଶାଲାଇଭ୍ ବ୍ୟୁରୋ
ବୌଦ୍ଧ ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସଟଡାଉନ ରହିବ। ଜିଲ୍ଲାରେ ଅଧିକାଂଶ ସରକାରୀ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ବୌଦ୍ଧ ଜିଲ୍ଲାପାଳ।
ମେଡିକାଲ ଓ ପୋଲିସକୁ ଛାଡ଼ି ଅନ୍ୟ ସମସ୍ତ ଅଫିସ ସଟାଡାଉନ ରହିବ। ତେବେ ଏହି ସଟଡାଉନ ସମୟରେ କର୍ମଚାରୀମାନେ ଘର ଛାଡ଼ି ବାହାରକୁ ନଯିବାକୁ ନିର୍ଦ୍ଦେଶ ରହିଛି। କର୍ମଚାରୀମାନେ ନିଜ ମୋବାଇଲ ପାଖରେ ରଖିବେ ଓ ଯଦି ଆବଶ୍ୟକ ପଡ଼ିଲା ତେବେ ସେମାନଙ୍କୁ ଡକାଯିବ କହିଛନ୍ତି ଜିଲ୍ଲାପାଳ।
ବୌଦ୍ଧରେ ଆଜି ୪୧ କରୋନା ପଜିଟିଭ ବାହାରିଥିଲେ। ଏମାନଙ୍କ ମଧ୍ୟରୁ ୨୪ ଜଣ ସରକାରୀ କର୍ମଚାରୀ। ଫଳରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି।








