ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

underrated actors

ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ଏବଂ ଲୋକପ୍ରିୟତା ସୃଷ୍ଟି କରିବା ବହୁ କାଠିକର ପାଠ। ବହୁବର୍ଷର କଠିନ ପରିଶ୍ରମ ପରେ କଳାକାରଙ୍କୁ ମିଳିଥାଏ ଲାଇମଲାଇଟକୁ ଆସିବାର ସୁଯୋଗ। ତେବେ ବଲିଉଡରେ ଏପରି ମଧ୍ୟ କେତେକ କଳାକାର ଅଛନ୍ତି ଯେଉଁମାନେ ନିଜର ନିଖୁଣ ଅଭିନୟ ବଳରେ ଅନେକ ଫିଲ୍ମରେ କମାଲ ଦେଖାଇଛନ୍ତି। କିନ୍ତୁ ସେହି ହିସାବରେ ତାଙ୍କୁ ସେତେଟା ପରିଚୟ ମିଳିପାରିନାହିଁ।

CGU new

ଆସନ୍ତୁ ଜାଣିବା ବଲିଉଡର ଅଣ୍ଡରରେଟେଡ୍ କଳାକାରଙ୍କ ବିଷୟରେ-

jimmy shergill

ଜିମି ସେରଗିଲ୍– ବଲିଉଡରେ ରୋମାଣ୍ଟିକଠାରୁ ଆରମ୍ଭ କରି କମେଡି, ଆକ୍ସନ ସବୁପ୍ରକାର ଭୂମିକାରେ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଜିମି ସେରଗିଲ୍। ୧୯୯୬ ମସିହାରେ ଫିଲ୍ମ ‘ମାଚିସ୍’ରୁ ଡେବ୍ୟୁ କରିଥିଲେ ହେଁ ଫିଲ୍ମ ‘ମୋହବତେଁ’ରୁ ସେ ସମସ୍ତଙ୍କ ନଜରକୁ ଆସିଥିଲେ। ନିଜର ଦମଦାର ଅଭିନୟ ସତ୍ତ୍ୱେ ତାଙ୍କୁ ବଲିଉଡରେ ସେତେଟା ସଫଳତା ମିଳିପାରିନାହିଁ।

deepak dobrial

ଦୀପକ ଡୋବରିଆଲ୍– ନିଜର କମିକ୍ ଟାଇମିଂ ପାଇଁ ଜଣାସୁଣା ଦୀପକ ଡୋବରିଆଲ୍। ‘ତନୁ ଓ୍ୱେଡ୍ସ୍ ମନୁ’ ସିରିଜରେ ପପି କ୍ୟାରେକ୍ଟରରେ ଦର୍ଶକେ ତାଙ୍କୁ ଖୁବ୍ ପସନ୍ଦ କରନ୍ତି। ଫିଲ୍ମରେ ଯେତିକି ସିନ୍ ଥିଲେ ମଧ୍ୟ ନିଜକୁ ଲିଡ୍ ଚରିତ୍ର ବୋଲି ଭାବନ୍ତି ଦୀପକ।

zeeshan ayyub

ମୋହମ୍ମଦ ଜିସାନ ଆୟୁବ– ଅନେକ ଫିଲ୍ମରେ ପାର୍ଶ୍ୱ ଅଭିନେତା ଚରିତ୍ରରେ ନିଜ ଅଭିନୟର କମାଲ୍ ଦେଖାଛନ୍ତି ଜିସାନ ଆୟୁବ। ‘ତନୁ ଓ୍ୱେଡ୍ସ୍ ମନୁ’, ‘ରାନ୍ଝଣା’, ‘ରଇସ୍’, ‘ମଣିକର୍ଣ୍ଣିକା’ ଏବଂ ’ଜିରୋ’ ଭଳି ଫିଲ୍ମରେ ବିଭିନ୍ନ ଚରିତ୍ରରେ ନିଜର କମାଲ୍ ଦେଖାଇଥିବା ଜିସାନଙ୍କୁ ସେଭଳି ପରିଚୟ ମିଳିପାରି ନାହିଁ।

vijay raj

ବିଜୟ ରାଜ୍– ଅନେକ ଫିଲ୍ମରେ ନିଡ ଅଭିନୟର ଯାଦୁ ଦେଖାଇଥିବା ବିଜୟ ରାଜ ମଧ୍ୟ ଏହି ଲିଷ୍ଟରେ ଅଛନ୍ତି। ‘ରନ’, ‘ଡେଲ୍ହି ବେଲି’, ‘ଡ୍ରିମ ଗର୍ଲ’ ଭଳି ଅନେକ ଫିଲ୍ମରେ ସେ ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି।

Arshad Warsi

ଅର୍ସଦ ଓ୍ୱାର୍ସୀ– ଫିଲ୍ମ ‘ମୁନା ଭାଇ ଏମବିବିଏସ’ ରେ ସରକିଟ୍ ଚରିତ୍ରଟିକୁ ଆଜି ବି ଦର୍ଶକ ମନେ ରଖିଛନ୍ତି। ଏଥିରେ ସେ ଲିଡ୍ ରୋଲରେ ନଥିଲେ ମଧ୍ୟ ନିଜର ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିପାରିଥିଲେ। କିନ୍ତୁ ଅର୍ସଦଙ୍କୁ ବହୁତ କମ ଫିଲ୍ମରେ ଦେଖିବାକୁ ପାଇଛନ୍ତି ଦର୍ଶକେ।

Comment