ଓଡ଼ିଶାଲାଇଭ୍ ବ୍ୟୁରୋ![](https://odisha.live/wp-content/uploads/2020/07/76466241-2-300x225.jpg)
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟ ମାମଲାରେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା କରିଛି ପୋଲିସ। ମୁମ୍ବାଇର ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ମହେଶଙ୍କ ବୟାନ ରେକର୍ଡ କରାଯାଇଛି। ମହେଶଙ୍କୁ ପାଖାପାଖି ୨ ଘଣ୍ଟା ଜେରା କରାଯାଇଥିବା ସୂଚନା ମିଳିଛି।
ମହେଶଙ୍କ ସହିତ ସୁଶାନ୍ତଙ୍କ ସମ୍ପର୍କ କିପରି ଥିଲା? ଅଭିନେତ୍ରୀ ରିୟା ଓ ସୁଶାନ୍ତଙ୍କୁ ନେଇ ମହେଶଙ୍କର କିଛି ବିବାଦ ଥିଲା କି? ଏଭଳି କିଛି ପ୍ରଶ୍ନକୁ ନେଇ ମହେଶଙ୍କୁ ଜେରା କରିଥାଇପାରେ ପୋଲିସ।
ତେବେ ପୂର୍ବରୁ କିଛି ଫିଲ୍ମକୁ ନେଇ ମହେଶ ସୁଶାନ୍ତଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ସେହି ଫିଲ୍ମ କେବେ ନିର୍ମିତ ହୋଇନାହିଁ।