ଓଡ଼ିଶାଲାଇଭ୍‌  ବ୍ୟୁରୋ

କୋରାପୁଟ ଜିଲ୍ଲାରେ ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ କୋରାପୁଟରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଜିଲ୍ଲାପାଳଙ୍କ ଘୋଷଣା ଅନୁସାରେ ଆଜି ମଧ୍ୟରାତ୍ରରୁ  ଅଗଷ୍ଟ ୧ ଯାଏଁ କୋରାପୁଟ ସଟ୍‌ଡାଉନ ରହିବ।ଏହାସହ ଲୋକଙ୍କୁ କୋଭିଡ ନିୟମ ମାନି ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୨୦୩ ପଜିଟିଭ ଭିତରୁ କୋରାପୁଟ ୬୬ ଜଣ ଅଛନ୍ତି।  ଜିଲ୍ଲାରେ ଏବେ ସୁଦ୍ଧା ୬୨୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ଭିତରୁ  ୨୨୦ ଜଣ ସୁସ୍ଥ ହୋଇଥିଲା ବେଳେ  ୪୭୦ ଆକ୍ଟିଭ କେସ୍‌ ରହିଛି। ବଢ଼ୁଥିବା କରୋନା ସଂକ୍ରମଣ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।

Comment