ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ରେ ପ୍ରଥମେ ଓଏଏସ୍‌ ଏବେ ଆଇଏଏସ ପରୀକ୍ଷାରେ ସଫଳ ହୋଇଛନ୍ତି ସଞ୍ଜିତା ମହାପାତ୍ର। ୨୦୧୯ ବର୍ଷର ୟୁନିଅନ ପବ୍ଲିକ ସର୍ଭିସ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥିରେ ଦଶମ ରାଙ୍କ୍‌ରେ ଅଛନ୍ତି ସଞ୍ଜିତା।

ସଞ୍ଜିତାଙ୍କର ସଫଳତା ମନ୍ତ୍ର ଥିଲା ସେ ପ୍ରତିଦିନ ଗୋଟିଏ ରୁଟିନ୍‌ ପ୍ରସ୍ତୁତ କରୁଥିଲେ। ଗୋଟିଏ ସପ୍ତାହରେ ବା ଗୋଟିଏ ଦିନରେ କେଉଁ ବିଷୟ ଉପରେ ପଢ଼ା ସାରିବେ ସେ ସ୍ଥିର କରୁଥିଲେ। ସବୁଦିନ ନିଜ ଯୋଜନା ଅନୁସାରେ ହିଁ କାମ କରୁଥିଲେ।

ତାଙ୍କ କହିବା ଅନୁସାରେ କେତେ ସମୟ ପଢ଼ିଲେ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆପଣ କେତେ ପଢ଼ିଲେ ଆଉ କେତେ ସମର୍ପଣର ସହ ପଢ଼ିଲେ ତାହା ହିଁ ଗୁରୂତ୍ୱପୂର୍ଣ୍ଣ।

ସଞ୍ଜିତାଙ୍କ ଘର ରାଉରକେଲା। କଲେଜ ସମୟରୁ ହିଁ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଥିଲେ। ତା’ପରେ ତାଙ୍କର ବିବାହ ହୋଇଯାଇଥିଲା। ସେ ଶାଶୂ, ଶ୍ୱଶୂର, ସ୍ୱାମୀଙ୍କ ସହ ଭୁବନେଶ୍ୱରରେ ରହି ପ୍ରସ୍ତୁତି କରୁଥିଲେ। ୟୁପିଏସ୍‌ସି ‌ ତାଙ୍କର ଲକ୍ଷ୍ୟ ଥିଲା। ପ୍ରସ୍ତୁତି ସମୟରେ ସେ ୨୦୧୭ରେ ଓପିଏସ୍‌ସି ପରୀକ୍ଷା ଦେଇଥିଲେ। ସେଥିରେ ସେ ଦ୍ୱିତୀୟ ରାଙ୍କ ହାସଲ କରିଥିଲେ।

ସଞ୍ଜିତା ତାଙ୍କର ଏହି ସଫଳତାର ଶ୍ରେୟ ତାଙ୍କ ଶାଶୂ, ଶ୍ୱଶୂର, ସ୍ୱାମୀ, ବାପା, ମା’ଙ୍କୁ ଦେଇଛନ୍ତି। ଯେଉଁମାନେ ତାଙ୍କ ସବୁ କ୍ଷେତ୍ରରେ ସମର୍ଥନ କରିଛନ୍ତି। ଏଥିସହ ସାଙ୍ଗମାନଙ୍କଠାରୁ ବି ବହୁତ ପ୍ରେରଣା ମିଳିଛି ବୋଲି କହିଛନ୍ତି ସଞ୍ଜିତା।

LEAVE A REPLY

Please enter your comment!
Please enter your name here