ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଆଜିର ଦିନରେ ବଲିଉଡରେ ଜଣେ ସଫଳ ଗାୟିକା ହେଲେ ସୁନିଧି ଚୌହାନ। ମାତ୍ର ୧୧ ବର୍ଷ ବୟସରୁ ଫିଲ୍ମରେ ଗୀତ ଗାଇ କ୍ୟାରିୟର ଆରମ୍ଭ କରିଥିବା ସୁନିଧିଙ୍କର ଆଜି ହେଉଛନ୍ତି ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା…
ସୁନିଧି ୧୯୮୩ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନିଆରା କଣ୍ଠସ୍ୱର ଯୋଗୁଁ ସେ ସଙ୍ଗୀତ ଜଗତରେ ଅନନ୍ୟ ଖ୍ୟାତି ଅର୍ଜନ କରିଛନ୍ତି।
ହିନ୍ଦୀ ବ୍ୟତୀତ ସୁନିଧି ମରାଠୀ, କନ୍ନଡ, ତେଲୁଗୁ, ତାମିଲ, ପଞ୍ଜାବୀ, ବଙ୍ଗାଳୀ, ଆସାମ, ନେପାଳୀ ଏବଂ ଉର୍ଦ୍ଦୁରେ ମଧ୍ୟ ଗୀତ ଗାଇଛନ୍ତି। ଗାୟକଙ୍କ ବ୍ୟତୀତ ସୁନିଧି ମଧ୍ୟ ଜଣେ ଫ୍ୟାଶନ୍ ଆଇକନ୍।
ସୁନିଧିଙ୍କ ପିତା ମଧ୍ୟ ଜଣେ ଥିଏଟର କଳାକାର ଥିଲେ। ସୁନିଧି ଅଳ୍ପ ବୟସରେ ଷ୍ଟେଜ୍ ସୋ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ
ସିଙ୍ଗିଂ ରିଅଲିଟି ସୋ ‘ମେରୀ ଆୱାଜ ସୁନୋ’ ପ୍ରତିଯୋଗିତାରେ ଭାଗ ନେଇଥିଲେ ସୁନିଧି। ଏହି ପ୍ରତିଯୋଗିତା ଜିତି ସୁନିଧି ଲତା ମଙ୍ଗେଶକର ଟ୍ରଫି ଜିତିଥିଲେ।
ଏଠାରୁ ହିଁ ସେ ସଂଗୀତ ଜଗତରେ ଏକ ସ୍ଥାନ ସୃଷ୍ଟି କରିବା ଆରମ୍ଭ କରିଥିଲେ। ୧୬ବର୍ଷ ବୟସରେ ସୁନିଧିଙ୍କୁ ଫିଲ୍ମ ନିର୍ମାତା ରାମ ଗୋପାଳ ୧ର୍ମା ତାଙ୍କ ଫିଲ୍ମ ‘ମସ୍ତ’ରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ। ଏହି ଫିଲ୍ମର ସମସ୍ତ ଗୀତ ସୁପର ହିଟ୍ ହୋଇଥିଲା ଏବେ ସୁଦ୍ଧା ପ୍ରାୟ ୩୦୦ ଗୀତରେ କଣ୍ଠଦାନ କରିସାରିଲେଣି ସୁନିଧି।


















