ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଅଗଷ୍ଟ ୧୫, ଆମ ଦେଶର ସ୍ଵାଧୀନତା ଦିବସ। ୭୪ ବର୍ଷ ପୂର୍ବେ ଆଜିର ଦିନରେ ଇଂରେଜ ଶାସନରୁ ମୁକୁଳି ସ୍ଵାଧୀନତାର ସ୍ଵାଦ ଚାଖିଥିଲା ଆମ ଦେଶ ଭାରତ। ଏହି ଦିନକୁ ମନେ ରଖିବା ପାଇଁ କୋଭିଡ କଟକଣା ଭିତରେ ଦେଶ ଆଜି ପାଳନ କରୁଛି ସ୍ୱାଧୀନତା ଦିବସ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାଠାରେ ତ୍ରିରଙ୍ଗା ଉଡ଼ାଇ ଦେଶବାସୀଙ୍କୁ ସମ୍ଵୋଧିତ କରିଛନ୍ତି। ମାତ୍ର ବିଗତ ବର୍ଷମାନଙ୍କ ଅପୋକ୍ଷା ଏ ବର୍ଷ ଫିକା ପଡ଼ିଯାଇଛି ଆମ ଜାତୀୟ ଉତ୍ସବ। ସାରା ବିଶ୍ଵକୁ ଘାରିଥିବା ମହାମାରୀ କରୋନା ଦାଉରେ ସବୁ ପାଲଟିଛନ୍ତି ଗୃହବନ୍ଦୀ। ହାତଗଣତି ଲୋକଙ୍କୁ ନେଇ ଜାତୀୟ ପତାକା ଉତ୍ତୋଳନ ହୋଇଛି।
ସବୁକିଛି ହୋଇଯାଇଛି ଭର୍ଚୁଆଲ। ଅନଲାଇନ ମାଧ୍ୟମ ଯୋଗେ ଘରେ ରହି ସଭିଏଁ ମନେଇଛନ୍ତି ସ୍ଵାଧୀନତା ଦିବସ। ସର୍ବୋପରି କହିଲେ ସ୍ଵାଧୀନଭାବେ ପାଳନ ହୋଇନି ଏ ବର୍ଷ ସ୍ଵାଧୀନତା ଦିବସ। ସ୍କୁଲ କଲେଜରେ ଏହି ଦିବସରେ ସାମିଲ ହୋଇ ନାହାଁନ୍ତି ଛାତ୍ରଛାତ୍ରୀ।
ପ୍ରତିବର୍ଷ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ପ୍ରାୟ ସବୁ ସ୍ଥାନରେ ତ୍ରିରଙ୍ଗା ପତାକା ଉଡ଼ାଯାଇ ଜାତୀୟ ସଂଗୀତ ଗାନ ସହ ପାଳନ ହୁଏ ଆମ ଦେଶର ଏହି ଜାତୀୟ ମହେତ୍ସବ। ବର୍ଷ କିନ୍ତୁ କରୋନା ପ୍ରତିବନ୍ଧକ ସାଜିଛି। କଟକଣା ପାଇଁ ନିରାଡମ୍ବର ଭାବେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଛି।