ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୧୯୮ ପଜିଟିଭ୍। ସେଥିମଧ୍ୟରୁ ୧୦୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୯୪ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି।

ରାଜଧାନୀର ଚିନ୍ତାମଣିଶ୍ୱରରୁ ୬ ଜଣ, ଗୋଟିଏ ସିକ୍ୟୁରିଟି ଏଜେନ୍ସିରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଶିଖରଚଣ୍ଡୀ ନଗର ଓ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ମଧ୍ୟ ଅନେକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଆଜି ରାଜଧାନୀର ୧୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀର କରୋନା ସୁସ୍ଥଙ୍କ ସଂଖ୍ୟା ୩୫୬୭କୁ ବୃଦ୍ଧି ପାଇଛି।BGU

ଏଯାବତ ରାଜଧାନୀରୁ ୫୪୮୭ଟି ପଜିଟିଭ୍ କେସ୍ ସାମନାକୁ ଆସିଥିବାବେଳେ ସେଥିମଧ୍ୟରୁ ଏବେ ବି ୧୮୮୭ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ରାଜଧାନୀରେ ମୋଟ ୨୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ବୋଲି ବିଏମସି ସୂଚନା ଦେଇଛି।

Comment