ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୨୨୦ ନୂଆ ସଂକ୍ରମିତ। ଏଥିସହ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭ ଶହ ପାର୍ କରିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ପଜିଟିଭ୍ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୮୪ ଜଣ ଲୋକାଲ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରର ବ୍ରିଟ୍ କଲୋନୀ, ଗଜପତି ନଗର, ଗୋବିନ୍ଦ ନଗର ବସ୍ତି ଆଦି ଅଞ୍ଚଳରୁ ଅନେକ ପଜିଟିଭ୍ କେସ୍ ସାମନାକୁ ଆସିଛି। ସେହିପରି ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ଅନେକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଯାବତ ରାଜଧାନୀରୁ ୫୭୦୭ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୩୬୯୦ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୧୯୮୩ ଜଣ ସକ୍ରିୟ ଅଛନ୍ତି।

Comment