ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୭୦ ନୂଆ ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଛି। ଏନେଇ ବିଏମସି ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୬୬ ଲୋକାଲ୍ କେସ୍ ଅଛି ବୋଲି ସୂଚନା ରହିଛି।

ରାଜଧାନୀର ଚିନ୍ତାମଣିଶ୍ୱର, ଡୁମୁଡୁମା, ରିଜର୍ଭ ପୋଲିସ୍ କଲୋନୀ, ପଟିଆ ଶିଖରଚଣ୍ଡୀ ବିହାର ଆଦି ଅଞ୍ଚଳରୁ ସଂଖ୍ୟାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।BGUଅନ୍ୟପଟେ ଆଜି ରାଜଧାନୀର ୧୫୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀର ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୮୪୦କୁ ବୃଦ୍ଧି ପାଇଛି। ଏଯାବତ ରାଜଧାନୀରୁ ମୋଟ ୬୦୭୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏବେ ବି ୨୨୦୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ବିଏମସି ସୂଚନା ଦେଇଛି।

Comment