ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କୋଭିଡ୍‌ ମହାମାରୀ ଲାଗି ରହିଥିବାରୁ ଚଳିତ ମାସରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଇତି ମଧ୍ୟରେ ପାଠ ପଢ଼ା କାର୍ଯ୍ୟ ଚାଲୁ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଶିକ୍ଷା ସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଚଳିତ ସପ୍ତାହରେ ଏହାକୁ ଲାଗୁ କରାଯିବ।

ଏବେ ବି ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଥିବା କାରଣରୁ ସେପ୍ଟେମ୍ବର ମାସରେ ବି ସ୍କୁଲ ଖୋଲିବା ସମ୍ଭବ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କ ମତ।

BGUଅକ୍ଟୋବର ମାସରେ ଗୁଡ଼ାଏ ପର୍ବ ପର୍ବାଣୀ ପଡୁଥିବାରୁ ସ୍କୁଲ ଖୋଲି କିଛି ଫାଇଦା ହେବ ନାହିଁ ବୋଲି ସେ କହିଛନ୍ତି। ଏଣୁ ନଭେମ୍ବର ମାସରେ ହିଁ ନିୟମିତ ପାଠ ପଢ଼ା ପାଇଁ ସୁଯୋଗ ସୃଷ୍ଟି ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାହା କିଛି ନିଷ୍ପତ୍ତି ନିଆଯିବ ଏକଥା  କହିଛନ୍ତି ମନ୍ତ୍ରୀ।

Comment