ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୧୯ ନୂଆ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୪ ଶହରେ ପହଞ୍ଚିଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି।
ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ବାକି ୧୪୭ ଜଣ ଲୋକାଲ୍ କେସ୍ ବୋଲି ବିଏମସି ରିପୋର୍ଟ ଦେଇଛି।
Update on newly detected & cured #COVID19 cases in the last 24 hrs under the BMC area on 20th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/PVh1sME52t— BMC (@bmcbbsr) August 20, 2020
ରାଜଧାନୀର ଭିଏସ୍ଏସ୍ ନଗର, ମଞ୍ଚେଶ୍ୱର, ବ୍ରିଟ କଲୋନୀ, ବରମୁଣ୍ଡା, ଡୁମୁଡୁମା ପଞ୍ଚସଖା ନଗର, ବୁଦ୍ଧ ନଗର ଆଦି ଅଞ୍ଚଳରୁ ଏକାଧିକ ପଜିଟିଭ୍ କେସ୍ ସାମନାକୁ ଆସିଛି।
ଅନ୍ୟପଟେ ଆଜି ଭୁବନେଶ୍ୱରର ୧୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀର ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୯୫୩କୁ ବୃଦ୍ଧି ପାଇଛି। ଏଯାବତ ରାଜଧାନୀରୁ ମୋଟ ୬୩୯୬ଟି ପଜିଟିଭ୍ କେସ୍ ସାମନାକୁ ଆସିଛି। ସେଥିମଧ୍ୟରୁ ଏବେ ବି ୨୪୦୫ ଜଣ ସକ୍ରିୟ ଥିବାବେଳେ ମୋଟ ୩୧ ଜଣଙ୍କର ପ୍ରାଣ ହାନି ଘଟିଛି।


















