ଓଡିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ‘ଶିକ୍ଷା ସମ୍ପର୍କ ଅଭିଯାନ’କୁ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ବିରୋଧ କରିଛି। ଘର ଘର ବୁଲି ପିଲାଙ୍କୁ ପଢ଼ାଇବା ପାଇଁ ସରକାର ନିକଟରେ ଏକ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଏହା ଦ୍ୱାରା ଶିକ୍ଷକମାନଙ୍କୁ କରୋନା ହେବାର ଆଶଙ୍କା ରହିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଓଷ୍ଟାର ସଭାପତି ପ୍ରକାଶ ମହାନ୍ତି କହିଛନ୍ତି ଯେ ଅତୀତରେ ଓଡ଼ିଶାର ଶିକ୍ଷକମାନେ ସରକାରଙ୍କ ସବୁ ପ୍ରକାର ଅଣ ଶିକ୍ଷାଦାନ କାର୍ଯ୍ୟରେ ସହଯୋଗ କରିବା ସହ ଏବଂ ଦାୟିତ୍ୱର ସହ ସବୁ କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି। ତେବେ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଶିକ୍ଷକମାନଙ୍କୁ ଘରକୁ ଯାଇ ପାଠ ପଢ଼ାଇବା କେତେଦୂର ଗ୍ରହଣଯୋଗ୍ୟ ତାହା ସରକାର ଚିନ୍ତା କରିବା ଆବଶ୍ୟକ।

ଅନ୍‌ଲାଇନ୍ ସୁବିଧା ସୁଯୋଗ ନଥିବା ଦର୍ଶାଇ ଶିକ୍ଷକମାନେ ଘରକୁ ଯାଇ ଶିକ୍ଷାଦାନ କରିବେ ବୋଲି ସରକାର ନିଷ୍ପତ୍ତି ନେଇଥିଲେ ଓ ଚଳିତ ସପ୍ତାହରେ ଏହା ଆରମ୍ଭ ହେବା କଥା। ରାଜ୍ୟର ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅଫ୍‌ଲାଇନ୍ କିମ୍ବା ଅନ୍‌ଲାଇନ୍ ଶିକ୍ଷାଦାନ ପାଇଁ ସରକାର ଚିନ୍ତା କରିବା ସହିତ ଏଥିପାଇଁ କ୍ଲଷ୍ଟର ମଧ୍ୟ ତିଆରି ହୋଇଛି।BGUଶିକ୍ଷକମାନେ ସପ୍ତାହରେ ଦୁଇ ଦିନ ନିର୍ଦ୍ଧାରିତ ସ୍ଥାନକୁ ଯାଇ ପିଲା ଓ ସେମାନଙ୍କ ଅଭିଭାବକମାନଙ୍କ ସହ ପାଠ ସମ୍ପର୍କରେ ଆଲୋଚନା କରିବା ପାଇଁ  କୁହାଯାଇଛି। ଏଥି ସହିତ ଛାତ୍ରଛାତ୍ରୀଙ୍କୁ ହୋମୱାର୍କ ଦେବା ସହ ସନ୍ଦେହ ଦୂର କରିବା ପାଇଁ ମଧ୍ୟ ଶିକ୍ଷକମାନଙ୍କୁ କୁହାଯାଇଛି।

Comment