ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଂଗ୍ରେସ କାର୍ଯ୍ୟକାରୀ କମିଟିର ଗୁରୁତ୍ୱପୂର୍ଣ୍ଣ
  • ରାହୁଲଙ୍କୁ ଅଧ୍ୟକ୍ଷ ହେବାକୁ ଅନୁରୋଧ କଲେ ଅହମ୍ମଦ ପଟେଲ
  • ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି ସୋନିଆ

କଂଗ୍ରେସ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ? ଗାନ୍ଧୀ ପରିବାର ନା ଅଣଗାନ୍ଧୀ ପରିବାର ହାତରେ ରହିବ କଂଗ୍ରେସ ଅଧ୍ୟକ୍ଷ ପଦ? ଏଭଳି ଅନେକ ପ୍ରଶ୍ନକୁ ନେଇ ଜାତୀୟ ରାଜନୀତି ଏବେ ସରଗରମ ଥିବାବେଳେ, ରାହୁଲ ଗାନ୍ଧୀ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।କଂଗ୍ରେସ ଦଳରେ ନେତୃତ୍ୱ ପରିବର୍ତ୍ତନ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ କମିଟି ବୈଠକ ବସିଥିଲା। ଏଥିରେ ବର୍ତ୍ତମାନ ଦଳର ଅନ୍ତରୀଣ ଅଧ୍ୟକ୍ଷ ଥିବା ସୋନିଆ ଗାନ୍ଧୀ ଆଉ ଅଧ୍ୟକ୍ଷ ହେବାକୁ ଚାହୁଁନଥିବା କହିଛନ୍ତି। ତେବେ ଦଳର କିଛି ବରିଷ୍ଠ ନେତା ତାଙ୍କୁ ଦଳର ନିୟମିତ ଅଧ୍ୟକ୍ଷ ନିର୍ବାଚନ ହେବା ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହିବାକୁ ଅନୁରୋଧ କରିଛନ୍ତି।

ତେବେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଓହରିଲେ କିଏ କଂଗ୍ରେସ ଦଳର ଅଧ୍ୟକ୍ଷ ହେବେ ଏବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦଳର ଗୋଟିଏ ଗୋଷ୍ଠୀ ଗାନ୍ଧୀ ପରିବାର ହାତରେ ଅଧ୍ୟକ୍ଷ ପଦର ଦାୟିତ୍ୱ ଦେବାକୁ କହୁଥିବାବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କିନ୍ତୁ ଅଣଗାନ୍ଧୀ ପରିବାର ହାତରେ ଦଳର ଦାୟିତ୍ୱ ଦେବାକୁ ଦାବି କରୁଛନ୍ତି।ଏସବୁ ମଧ୍ୟରେ ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ରାହୁଲ୍ ଦଳର ଅଧ୍ୟକ୍ଷ ହେଲେ ସବୁ ପ୍ରକାର ବିବାଦର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ତେବେ ଏନେଇ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ଦଳ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

ସେହିପରି ଅନ୍ୟ ଗୋଟିଏ ଗୋଷ୍ଠୀ ଅଣଗାନ୍ଧୀ ପରିବାର ହାତରେ କଂଗ୍ରେସ ଅଧ୍ୟକ୍ଷ ପଦ ଦେବାକୁ ଦାବି କରିଛନ୍ତି। କଂଗ୍ରେସର ଜାତୀୟ ସ୍ତରର ନେତା ଏ କେ ଆଣ୍ଟୋନୀ, ମୁକୁଲ ୱାସନିକ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଦଳର ଅଧ୍ୟକ୍ଷ ପଦ ଦେବାକୁ ଏହି ଗୋଷ୍ଠୀ କହିଥିବା ସୂଚନା ମିଳିଛି।BGUକଂଗ୍ରେସରେ ଏବେ କେହି ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜିତ ହେବା ପରେ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ। ଏହାପରେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା। ମାତ୍ର ବର୍ଷକ ପାଇଁ ତାଙ୍କ କାର୍ଯ୍ୟକାଳ ଥିଲା। ବର୍ଷେ ଭିତରେ ଅଧ୍ୟକ୍ଷ ନିର୍ବାଚନ କରାଯିବ ବୋଲି ଦଳ ପକ୍ଷରୁ ନିର୍ବାଚନ କମିସନଙ୍କୁ କୁହାଯାଇଥିଲା। ହେଲେ ଏବେ ସୋନିଆଙ୍କ କାର୍ଯ୍ୟକାଳକୁ ବର୍ଷେ ପୂରିଯାଇଛି ଏବଂ ସେ ମଧ୍ୟ ଦଳର ଅଧ୍ୟକ୍ଷ ହେବାକୁ ଅମଙ୍ଗ ହେଉଛନ୍ତି। ଏପରି ସ୍ଥିତିରେ ରାହୁଲ ପୁଣିଥରେ ଦଳର ମଙ୍ଗ ଧରିବେ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here