ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକପ୍ରିୟ ଟିଭି ଧାରାବାହିକ ‘ୟେ ରିସ୍ତା କିୟା କେହଲାତା ହୈ’ ସୁଟିଂ ସେଟରେ କରୋନା। ସିରିଏଲରେ ମନୀଷ ଗୋଏଙ୍କା ଭୂମିକାରେ ଅଭିନୟ କରୁଥିବା ଅଭିନେତା ସଚିନ ତ୍ୟାଗୀ କରୋନା ସଂକ୍ରମିତ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିଲା ବେଳକୁ ସଚିନ ସୋମବାର ସକାଳ ୧୦ ଟାରେ ସୋ’ର ସୁଟିଂ ଆରମ୍ଭ କରୁଥିଲେ।
ରିପୋର୍ଟ ପଜିଟିଭ୍ ଆସିଥିବା ଜାଣି ତୁରନ୍ତ ସୁଟିଂ ବନ୍ଦ କରିଥିଲେ। ସଚିନଙ୍କ ବ୍ୟତୀତ ସୋ’ରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀ ଏବଂ ଅଭିନେତାମାନେ ସେମାନଙ୍କର ପରୀକ୍ଷା କରିଥିଲେ, ସେମାନଙ୍କ ମଧ୍ୟରୁ କେତେଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସଚିନ୍ ସାମାନ୍ୟ ଜ୍ୱର ଅନୁଭବ କରୁଥିଲେ, ତେଣୁ ସେ ନିଜେ ପରୀକ୍ଷା କରିଥିଲେ। ସଚିନ କରୋନା ପଜିଟିଭ୍ ଜଣାପଡ଼ିବାରେ ସିରିଏଲର ସୁଟିଂ ବନ୍ଦ ରହିଛି।








