ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରୁ ଆଜି ଚିହ୍ନଟ ହୋଇଛନ୍ତି ୩୫୪ ନୂଆ କରୋନା ପଜିଟିଭ୍ କେସ୍। ଏଥିସହିତ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ଡେଇଁଛି। ଏନେଇ ବିଏମସି ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୧୫୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ବାକି ୨୦୨ ଲୋକାଲ୍ କେସ୍ ବୋଲି ବିଏମସି ସୂଚନା ଦେଇଛି। ଅନ୍ୟପଟେ ଆଜି ଭୁବନେଶ୍ୱରର ୨୯୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭୁବନେଶ୍ୱରର ବେହେରା ସାହି, ସପ୍ତମ ବାଟାଲିୟନ ପୋଲିସ ଫୋର୍ସ,ଜାଗମରା ଆଦି ଅଞ୍ଚଳରୁ ସଂଖ୍ୟାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ବର୍ତ୍ତମାନ ବିଏମସି ପାଇଁ ଚିନ୍ତା ବଢ଼ାଇଛି।BGUଏହାକୁ ମିଶାଇ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦୦୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୪୧୯ ସୁସ୍ଥ ହୋଇଥିବାବେଳେ ୩୫୩୫ ଏବେ ବି ସକ୍ରିୟ ଅଛନ୍ତି।

Comment