ଓଡ଼ିଶାଲାଇଭ୍ ବ୍ୟୁରୋojee exam

ସେପ୍ଟେମ୍ବର ୧ ରୁ ୬ ତାରିଖ ଜେଇଇ ଏବଂ ସେପ୍ଟେମ୍ବର ୧୩ ତାରିଖରେ ନିଟ୍ ପରୀକ୍ଷା ହେବ। ରାଜଧାନୀ ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ର ହେବା ସହିତ ୮ଟି ସ୍ଥାନରେ ପରୀକ୍ଷାର୍ଥୀଙ୍କ ପାଇଁ ରହିବା ବ୍ୟବସ୍ଥା ହୋଇଛି। ତେଣୁ ପରୀକ୍ଷାକୁ କମ୍‌ ସମୟ ଥିବାରୁ ସୁପରିଚାଳନା ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।BGU

ପିଲାଙ୍କ ରହଣି କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡି ନିରୀକ୍ଷକ ରହିବେ। ପିଲାଙ୍କ ଯିବା ଆସିବାରେ ଟ୍ୟାଗିଂ ବ୍ୟବସ୍ଥା ଓ ସବୁ ପରୀକ୍ଷା କେନ୍ଦ୍ର ସାନିଟାଇଜିଂ ବ୍ୟବସ୍ଥା ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ଏହାଛଡ଼ା ପରୀକ୍ଷା କେନ୍ଦ୍ର ବାହାରେ ଭିଡ଼ ଏଡ଼ାଇବାକୁ ମାଇକରେ ସଚେତନ କରାଯିବ। ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ଏଥିସହ ପରୀକ୍ଷା କେନ୍ଦ୍ର ବାହାରେ ଟ୍ରାଫିକ ପାଇଁ ସ୍ୱତନ୍ତ୍ର ପୋଲିସ ରହିବେ। ପିଲାଙ୍କ ଯିବା ଆସିବା ସୁବିଧା ପାଇଁ ପରୀକ୍ଷା କେନ୍ଦ୍ର ବାହାରେ ଅଟୋ ରହିବ।

Comment