ଓଡ଼ିଶାଲାଇଭ୍ ବ୍ୟୁରୋ

- ଭୁବନେଶ୍ୱରରୁ ଆଜି ୪୦୪ ପଜିଟିଭ୍ ଚିହ୍ନଟ
- ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୪୨୫କୁ ବୃଦ୍ଧି
- ରାଜଧାନୀରେ କରୋନାରୁ ସୁସ୍ଥ ହେଲେଣି ୬୩୩୪ ଜଣ ଆକ୍ରାନ୍ତ
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୪୦୪ ନୂଆ କରୋନା ପଜିଟିଭ୍। ଏଥିସହ ସହରର ମୋଟ ପଜିଟିଭ୍ ସଂଖ୍ୟା ୧୦,୪୨୫କୁ ବୃଦ୍ଧି ପାଇଛି। ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
Update on newly detected & cured #COVID19 cases in the last 24 hrs under the BMC area on 31st Aug 2020(till 9am).
The ward wise active cases, cured cases are shared. pic.twitter.com/JjOrYFCtGi
— BMC (@bmcbbsr) August 31, 2020
ବିଏମସି ସୂଚନା ମୁତାବକ ଆଜି ୱାର୍ଡ ନମ୍ବର ୨୭ରୁ ସର୍ବାଧିକ ୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୱାର୍ଡ ନମ୍ବର ୨ ଓ ୧୯ରୁ ୧୭ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଏମସି ଏଥର ୱାର୍ଡ ଅନୁଯାୟୀ କରୋନାର ରିପୋର୍ଟ ପ୍ରଦାନ କରିଛି।
ଏଥିସହିତ ଆଜି ଭୁବନେଶ୍ୱରର ୨୭୩ ଆକ୍ରାନ୍ତ ସୁସ୍ଥ ହେବା ସହିତ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ସହରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୩୩୪କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୪୨କୁ ବଢ଼ିଛି।


















