ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜଧାନୀରୁ ଆଜି ୩୯୪ ନୂଆ ପଜିଟିଭ୍ ଚିହ୍ନଟ
  • ୨୩୫ ଜଣ ଲୋକାଲ୍ କେସ୍ ଥିବା ସୂଚନା ଦେଲା ବିଏମସି
  • ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୬୮୯କୁ ବୃଦ୍ଧି

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୯୪ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୧୫୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୩୫ ଜଣ ଲୋକାଲ୍ କଣ୍ଟାକ୍ଟ ବୋଲି ବିଏମସି ଟୁଇଟ୍ କରି ସୂଚନା ଦେଇଛି।

ଆଜି ଭୁବନେଶ୍ୱରର ପଟିଆ, ବମିଖାଲ, ନୟାପଲ୍ଲୀ ବେହେରା ସାହି, ଶୈଳଶ୍ରୀ ବିହାର, ୟୁନିଟ୍ ୯ ଅଞ୍ଚଳରୁ ଏକାଧିକ ପଜିଟିଭ୍ କେସ୍ ସାମନାକୁ ଆସିଛି।

ସେହିଭଳି ଆଜି ଭୁବନେଶ୍ୱରର ୩୦୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସହରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୫୨୯କୁ ବୃଦ୍ଧି ପାଇଛି। ଏଯାବତ ସହରରୁ ମୋଟ ୧୩,୬୮୯ ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୮୫୨୯  ଜଣ ସୁସ୍ଥ ହୋଇଛନ୍ତି। ସହରରେ ଏବେ ବି ୫୦୯୯ ସଂକ୍ରମିତ ସକ୍ରିୟ ଥିବା ବିଏମସି ସୂଚନା ଦେଇଛି।

Comment