ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଜଧାନୀରୁ ଆଜି ୪୬୦ ନୂଆ ପଜିଟିଭ୍
- ୨୭୫ ଲୋକାଲ୍ କେସ୍ ଥିବା ସୂଚନା
- ଭୁବନେଶ୍ୱରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪,୯୫୨କୁ ବୃଦ୍ଧି
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୪୬୦ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୧୮୫ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୭୫ ଲୋକାଲ୍ କଣ୍ଟାକ୍ଟ ବୋଲି ବିଏମସି ସୂଚନା ଦେଇଛି।
Update on newly detected & cured #COVID19 cases in the last 24 hrs under the BMC area on 10th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/OiuMlf8Hs1— BMC (@bmcbbsr) September 10, 2020
ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ରସୁଲଗଡ଼,ୟୁନିଟ୍ ୬, ନୟାପଲ୍ଲୀ ଆଦି ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶେଷକରି ୨୭୫ ଲୋକାଲ୍ କେସ୍ ଚିହ୍ନଟ ହେବା ବିଏମସିର ନିଦ ହଜାଇ ଦେଇଛି।
ଏଥିସହ ଆଜି ଭୁବନେଶ୍ୱରରୁ ୪ ଶହରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ସହରର ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯୭୫୫କୁ ବୃଦ୍ଧି ପାଇଛି।
ଏଯାବତ ରାଜଧାନୀ ଭୁବନେଶ୍ୱରରୁ ମୋଟ ୧୪,୯୫୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୧୩୦ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି। ରାଜଧାନୀରେ ଏପର୍ଯ୍ୟନ୍ତ ମୋଟ ୫୪ ଜଣ ରୋଗୀ କରୋନାରେ ପ୍ରାଣ ହରାଇଥିବା ବିଏମସି ସୂନଚା ଦେଇଛି।


















