ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ମିଳିଛି ବଡ଼ ସଫଳତା। ଏକାଧିକ ଚଢ଼ଉ କରିବା ପରେ ପଶ୍ଚିମବଙ୍ଗ ଏବଂ କେରଳର ବିଭିନ୍ନ ସ୍ଥାନରୁ ୯ ଜଣ ଅଲ-କାଏଦା ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏନଆଇଏ।
ରିପୋର୍ଟ ଅନୁସାରେ କୌଣସି ସୂତ୍ରରୁ ଖବର ପାଇଁ ଏନଆଇଏ କେରଳର ଏର୍ଣ୍ଣାକୁଲମ ଓ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ୩ ଜଣଙ୍କୁ ଏର୍ଣ୍ଣାକୁଲମ ଏବଂ ୬ ଜଣଙ୍କୁ ମୁର୍ସିଦାବାଦରୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।
ଏହି ଆତଙ୍କବାଦୀମାନେ ଅଲ-କାଏଦା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟ କରୁଥିଲେ। ଦିଲ୍ଲୀରେ ଅସ୍ତ୍ରଶସ୍ତ୍ର କାରବାର ମଧ୍ୟ କରୁଥିଲେ।
ତେବେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ଏହି ଆତଙ୍କବାଦୀମାନେ ଦିଲ୍ଲୀ ଓ ଅନ୍ୟ ଅଞ୍ଚଳରେ ବଡ଼ ଧରଣ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିଲେ ବୋଲି ଜଣାପଡ଼ିଛି। ଆତଙ୍କବାଦୀଙ୍କ ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ଏନ୍ଆଇଏ।