ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୪୨୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୫୦୩ ଚିହ୍ନଟ ହୋଇଥିଲା ବେଳେ ଲୋକାଲ କେସ୍‌ ୧୭୩୯ ରହିଛି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୫୯୫, (ଷ୍ଟେଟପୁଲ ୨୦୬), ଝାରସୁଗୁଡ଼ାରୁ ୨୦୫, ପୁରୀରୁ  ୧୮୨, ଜଗତସିଂହପୁରରୁ ୧୭୬, ମୟୂରଭଞ୍ଜରୁ ୧୭୧, କେନ୍ଦ୍ରପଡ଼ାର ଓ ବାଲେଶ୍ୱରରୁ  ୧୫୫ ଲେଖାଏଁ, କନ୍ଧମାଳରୁ ୧୫୩, ଚିହ୍ନଟ ହୋଇଛନ୍ତି।

ସେହିପରି ରାୟଗଡ଼ାରୁ ୧୩୪, ସୁନ୍ଦରଗଡ଼ରୁ ୧୩୩, ଯାଜପୁରରୁ ୧୩୧, ଅନୁଗୁଳରୁ ୧୩୦, ସମ୍ବଲପୁରରୁ ୧୧୩, ବରଗଡ଼ ଓ ଭଦ୍ରକରୁ  ୧୧୪ ଲେଖାଏଁ, କୋରାପୁଟରୁ ୯୦, ମାଲକାନଗିରିରୁ ୬୯, ବଲାଙ୍ଗିରରୁ ୬୮,  କେନ୍ଦୁଝରରୁ ୬୨, ନୂଆପଡ଼ରୁ ୫୮, ଗଞ୍ଜାମରୁ ୫୭, ନବରଙ୍ଗପୁରରୁ ୫୪, ନୟଗଡ଼ରୁ ୫୩, ବୌଦ୍ଧରୁ ୪୫, କଳହାଣ୍ଡିରୁ ୪୦, ଗଜପତିରୁ ୨୭, ସୁବର୍ଣ୍ଣପୁରରୁ ୧୯, ଦେବଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୧୨୨କୁ ବୃଦ୍ଧି ଘଟିଛି। କରୋନାରୁ ସୁସ୍ଥ ହୋଇଛନ୍ତି ୧, ୪୫, ୬୭୫। ବର୍ତ୍ତମାନ ସୁଦ୍ଧା ୩୭, ୬୮୪ ଆକ୍ଟିଭ କେସ୍ ରହିଛି।

Comment