ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ବ୍ରାଉନସୁଗାର ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ବୁଧବାର ୨ ଜଣଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ। ସେମାନଙ୍କଠାରୁ ୧୩୦ ଗ୍ରାମ ବ୍ରାଉନସୁଗାର ସହ, ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି।ବୁଧବାର ଭୁବନେଶ୍ଵରରେ ବ୍ରାଉନସୁଗାର ବିକ୍ରି ହେବା ନେଇ କିଛି ସୂତ୍ରରୁ ଖବର ପାଇଥିଲା ପୋଲିସ। ଏହାପରେ ସ୍ପେସାଲ ସ୍କ୍ଵାର୍ଡ ଏବଂ ସହିଦ ନଗର ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲାର ଧୀରେନ୍ଦ୍ର ଜୟସିଂହ ଏବଂ ନିକୁଞ୍ଜ ଜଗଦେବ।

ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here