ଓଡ଼ିଶାଲାଇଭ୍ ବ୍ୟୁରୋ

- ଭୁବନେଶ୍ୱରରୁ ଆଜି ୩୪୯ ପଜିଟିଭ୍ ଚିହ୍ନଟ
- ୧୨୦ ଜଣ କ୍ୱାରେଣ୍ଟାଇନ୍,୨୨୯ ଜଣ ଲୋକାଲ୍ କେସ୍
- ରାଜଧାନୀରେ ଏବେ ବି ୩୬୮୩ ଆକ୍ରାନ୍ତ ସକ୍ରିୟ
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୪୯ ନୂଆ କରୋନା ପଜିଟିଭ୍। ଏଥିସହ ସହରର ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାରର ନିକଟତର ହୋଇଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୦ ଜଣ କ୍ୱାରେଣ୍ଟାଇନ୍ ଓ ବାକି ୨୨୯ ଜଣ ଲୋକାଲ୍ କେସ୍ ବୋଲି ବିଏମସି ରିପୋର୍ଟ ଦେଇଛି।
Update on newly detected #COVID19 cases in the last 24 hrs under the BMC area on 24th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/3bXFrFMYsl— BMC (@bmcbbsr) September 24, 2020
ଭୁବନେଶ୍ୱରର ୟୁନିଟ୍ ୮, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ମଞ୍ଚେଶ୍ୱର, ନୟାପଲ୍ଲୀ ଆଦି ଅଞ୍ଚଳରୁ କ୍ୱାରେଣ୍ଟାଇନରେ ଥିବା ଅନେକ ଲୋକ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ସେହିଭଳି ସହୀଦନଗର, ରୁସଲଗଡ଼, ନୟାପଲ୍ଲୀ ଆଦି ଅଞ୍ଚଳରୁ ଏକାଧିକ ଲୋକାଲ୍ କେସ୍ ମଧ୍ୟ ଚିହ୍ନଟ ହୋଇଛନ୍ତି।
ଅନ୍ୟପଟେ ଆଜି ରାଜଧାନୀର ୩୭୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୬,୧୧୯କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ବି ୩୬୮୩ ଆକ୍ରାନ୍ତ ସକ୍ରିୟ ଥିବା ବିଏମସି ରିପୋର୍ଟ ଦେଇଛି।


















