ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସେକ୍ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ମତଲୁବଙ୍କ ମୃତ୍ୟୁ ଖବର ତାଙ୍କ ପୁଅ ମାସୁଦ ଅଲ୍ଲୀ ଦେଇଛନ୍ତି। ଗତ ୧୪ ତାରିଖରେ ଅସୁସ୍ଥତା କାରଣରୁ ହସ୍ପିପିଟାଲରେ ଭର୍ତ୍ତି ହୋଇଥିଲେ ମତଲୁବ।
ମତଲୁବଙ୍କ ବିୟୋଗ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟାନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ସେକ୍ ମତଲୁବ୍ ଅଲ୍ଲୀ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାନସଭାକୁ ପତିନିଧିତ୍ୱ କରିଥିଲେ। ସେ ୧୯୭୪, ୧୯୮୦, ୧୯୮୫ ଏବଂ ୧୯୯୫ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେକ୍ ମତଲୁବ ଅଲ୍ଲୀ କିଛି ଦିନ କଂଗ୍ରେସ ସରକାରରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳି ଥିଲେ।


















