ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ହଟ୍ ହିରୋଇନ୍ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବୟଫ୍ରେଣ୍ଡଙ୍କ ତାଲିକା ବେଶ୍ ଲମ୍ବା। କେତେବେଳେ ଜଣେ ରାଜକୁମାର ତ କେତେବେଳେ ଜଣେ ନିର୍ଦ୍ଦେଶକଙ୍କ ସହିତ ତାଙ୍କ ପ୍ରେମସମ୍ପର୍କ ଚର୍ଚ୍ଚାକୁ ଆସିଥିଲା।

ଶ୍ରୀଲଙ୍କାର ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ‘ଆଲ୍ଲାଦିନ୍’ ଟାଇଟଲରେ ନିର୍ମିତ ଏକ ହିନ୍ଦୀ ସିନେମାରୁ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ‘ହାଉସଫୁଲ୍’, ‘ହାଉସଫୁଲ୍-୨’, ‘ମର୍ଡର-୨’, ‘କିକ୍’, ‘ଏ ଜେଣ୍ଟେଲମ୍ୟାନ୍’, ‘ରୟ’ ଓ ‘ରେସ୍‌-ଥ୍ରି’ ଭଳି ସିନେମାରେ ନଜର ଆସିଛନ୍ତି।

ଜ୍ୟାକଲିନ ମାତ୍ର ଚଉଦ ବର୍ଷ ବୟସରେ ଟିଭି ସୋ ହୋଷ୍ଟ୍ କରିଥିଲେ। ତା’ପରେ ସେ ଟିଭି ରିପୋର୍ଟର ଭାବେ କାମ କରିଥିଲେ। ସେହି ସମୟରେ ତାଙ୍କ ପାଖଙ୍କୁ ମଡେଲିଂ ଲାଗି ଅଫର୍ ଆସିଥିଲା। ସେ ମିସ୍ ଶ୍ରୀଲଙ୍କା ୟୁନିଭର୍ସ ମଧ୍ୟ ବନିଥିଲେ।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ନିଜର ଆଫେଆର୍‌କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି।

ଆଜିକାଲି ଜଣେ ଫିଟନେସ୍ ଏକ୍ସପର୍ଟଙ୍କୁ ଡେଟ୍ କରୁଛନ୍ତି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍। ଉଭୟଙ୍କୁ ଅନେକ ସମୟରେ ମୁମ୍ବାଇର ଏକ ନାଇଟ୍ କ୍ଲବ୍‌ରେ ଦେଖିବାକୁ ମିଳୁଛି।

ଜ୍ୟାକଲିନଙ୍କ ପ୍ରଥମ ବୟଫ୍ରେଣ୍ଡ୍ ଥିଲେ ଜଣେ ରାଜକୁମାର

ଜ୍ୟାକଲିନଙ୍କ ପ୍ରଥମ ପ୍ରେମିକ ଥିଲେ ଜଣେ ରାଜକୁମାର। ସେ ହେଲେ ବାହାରିନ୍‌ର ରାଜକୁମାର ହସନ୍ ବିନ୍ ରସିଦ୍ ଅଲ୍ଲୀ ଖଲିଫା। ଜାକଲିନ୍ ଯେତେବେଳେ ବଲିଉଡରେ ନୂଆ ନୂଆ ପାଦ ଥାପିଥିଲେ, ସେହି ସମୟରେ ଉଭୟଙ୍କର ଦେଖା ହୋଇଥିଲା। ଜଣେ ବାନ୍ଧବୀଙ୍କ ମାଧ୍ୟମରେ ରସିଦ୍‍ଙ୍କ ସହ ଜ୍ୟାକଲିନଙ୍କର ପରିଚୟ ହୋଇଥିଲା। ରସିଦ୍‍ ଜ୍ୟାକଲିନଙ୍କ ଉଦ୍ଦେଶ୍ୟରେ ‘ଜାକି’ ନାଁରେ ଏକ ମ୍ୟୁଜିକ୍ ମଧ୍ୟ ରିଲିଜ୍ କରିଥିଲେ। ଜ୍ୟାକଲିନଙ୍କୁ ‘ହାଉସଫୁଲ୍’ ଫିଲ୍ମ ମିଳିବା ପରେ ରସିଦଙ୍କ ସହ ବ୍ରେକ୍ ଅପ୍ ହୋଇଥିଲା।

ନିର୍ଦ୍ଦେଶକ ସାଜି ଖାନ

ଜଣାଶୁଣା ନିର୍ଦ୍ଦେଶକ ସାଜିଦ ଖାନ୍ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ‘ହାଉସଫୁଲ୍’ ସିନେମାରେ କାଷ୍ଟ କରିବା ପରେ ଉଭୟଙ୍କ ମଧ୍ୟରେ ଆଫେଆର୍ ଆରମ୍ଭ ହୋଇଥିଲା। ଉଭୟଙ୍କର ଭିତରେ ବୟସର ତାରତମ୍ୟ ଥିଲା ୧୫ ବର୍ଷ।

ସାଜିଦ ଓ ଜ୍ୟାକଲିନଙ୍କର ଆଫେଆର୍ ପ୍ରାୟ ଚାରି ବର୍ଷ ଧରି ଚାଲିଥିଲା। କିନ୍ତୁ ୨୦୧୩ରେ ଉଭୟଙ୍କ ପ୍ରେମ ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା। କୁହାଗଲା ଯେ ସାଜିଦ୍ ଜ୍ୟାକଲିନଙ୍କୁ ନେଇ ଅଧିକ ପଜିସିଭ୍ ହୋଇଉଠିଥିଲେ, ଯାହାକୁ ପସନ୍ଦ କରୁନଥିଲେ ସିଂହଳୀ ସୁନ୍ଦରୀ। ଏଣୁ ଉଭୟଙ୍କର ବ୍ରେକ୍ ଅପ୍ ହୋଇଥିଲା।

ସଲମାନ୍, ସିଦ୍ଧାର୍ଥ  ରଣବୀର କପୁର ବି ଥିଲେ ପ୍ରେମିକ

ବଲିଉଡର ତିନି ଜଣ ଟପ୍ ହିରୋଙ୍କ ସହ ବି ଜ୍ୟାକଲିନଫର୍ଣ୍ଣାଣ୍ଡିଜଙ୍କ ନାଁ ଯୋଡ଼ା ହୋଇଥିଲା। ଏମାନଙ୍କ ମଧ୍ୟରୁ ସର୍ବପ୍ରଥମେ ସଲମାନ୍ ଖାନଙ୍କ ନାଆଁ ଚର୍ଚ୍ଚାକୁ ଆସିଥିଲା, ସଲମାନ୍ ଜ୍ୟାକଲିନଙ୍କୁ ପ୍ରମୋଟ୍ ବି କରୁଥିଲେ।

‘ଏ ଜେଣ୍ଟଲମ୍ୟାନ୍’ ଫିଲ୍ମର ସୁଟିଂ ସମୟରେ ଏହାର ନାୟକ ସିଦ୍ଧାର୍ଥ ମାଲହୋତ୍ରା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଡେଟ୍ କରୁଥିଲେ। ଏଥିପାଇଁ ସିଦ୍ଧାର୍ଥ- ଆଲିଆ ଭଟ୍ଟଙ୍କର ବ୍ରେକ୍ ଅପ୍ ହୋଇଥିଲା ବୋଲି ଶୁଣିବାକୁ ମିଳୁଥିଲା। ଅବଶ୍ୟ ସିଦ୍ଧାର୍ଥଙ୍କ ସହ ଜ୍ୟାକଲିନଙ୍କର ସମ୍ପର୍କ ବେଶି ଦିନର ନଥିଲା।

ଠିକ୍ ସେହିପରି ୨୦୧୪ରେ ଫିଲ୍ମ ‘ରୟ’ର ସୁଟିଂ ବେଳେ ରଣବୀର କପୁର ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଡେଟ କରୁଥିଲେ। କିନ୍ତୁ ରଣବୀରଙ୍କୁ ସଲମାନ୍ ପସନ୍ଦ କରୁନଥିବାରୁ ତାଙ୍କ ଡରରେ ଜ୍ୟାକଲିନ ରଣବୀରଙ୍କଠାରୁ ଦୂରେଇ ଯାଇଥିବାର ଚର୍ଚ୍ଚା ସେହି ସମୟରେ ଜୋର୍‌ ଧରିଥିଲା।

Comment