ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜି ହେଉଛି ବଲିଉଡର ଏଭରଗ୍ରିନ୍‌ ଷ୍ଟାର୍‌ଭାବେ ପରିଚିତ ଦେବ ଆନନ୍ଦଙ୍କ ଜନ୍ମଦିନ।

ବଲିଉଡର ଏଭରଗ୍ରିନ୍ ଷ୍ଟାର୍ ଦେବ ଆନନ୍ଦ କେତେଜଣ ନାୟିକାଙ୍କୁ ବ୍ରେକ୍ ଦେଇଥିଲେ, ଯେଉଁମାନେ ବେଶ୍ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। ଏମାନଙ୍କ ଭିତରେ ଜୀନତ ଅମାନ ଜଣେ। ଜୀନତ ଅମାନ୍, ଦେବ ଆନନ୍ଦଙ୍କ ସୁପରହିଟ୍ ଫିଲ୍ମ ‘ହରେ ରାମା ହରେ କ୍ରିଷ୍ଣା’ରେ ବ୍ରେକ୍‌ ପାଇଥିଲେ।

ପ୍ରଥମ ସିନେମାରେ ଜୀନତ ଅମାନ୍‌, ଦେବ ଆନନ୍ଦଙ୍କ ହୃଦୟ ଜିତି ନେଇଥିଲେ। ଜୀନତ ଅମାନ୍ ନିଜର ଅଭିନୟ ପ୍ରତିଭା ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥିଲେ।

ଜୀନତଙ୍କ ସେକ୍ସି ଅଦା ମଧ୍ୟ ଦେବ ଆନନ୍ଦଙ୍କୁ ପାଗଳ କରିଥିଲା। ତେବେ ‘ହରେ ରାମା ହରେ କୃଷ୍ଣା’ରେ ଜୀନତ ଅମନ୍‌, ଦେବ ଆନନ୍ଦଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଦେବ ଆନନ୍ଦ ଅନୁଭବ କଲେ ଯେ, ସେ ଜୀନତ ଅମାନଙ୍କ ପ୍ରେମରେ ପଡ଼ିଯାଇଛନ୍ତି।

ଜୀନତ ଅମନ୍‌ଙ୍କ ପ୍ରତିଟି କଥା ଦେବ ଆନନ୍ଦଙ୍କୁ ଭଲ ଲାଗୁଥିଲା। ମିଡିଆରେ ଉଭୟଙ୍କ ଖବର ମଧ୍ୟ ଚର୍ଚ୍ଚା ହେଲା। ଏହି କଥା ମଧ୍ୟ ନିଜେ ଦେବ ଆନନ୍ଦ ତାଙ୍କର ଆତ୍ମଜୀବନୀ ‘ରୋମାନ୍ସିଂ ଉଇଥ୍ ଲାଇଫ୍’ରେ ଉଲ୍ଲେଖ କରିଥିଲେ। ଦେବ ଆନନ୍ଦ ଥରେ ଜୀନତ ଅମନଙ୍କୁ ପ୍ରପୋଜ୍ କରିବାର ନିଷ୍ପତ୍ତି ନେଇଥିଲେ।

ଦେବ ସାହେବ ଭାବିଲେ କି ହୋଟେଲ ତାଜ୍‌ରେ ସେ ଜୀନତ ଅମନଙ୍କୁ ନିଜର ମନ କଥା ଖୋଲିକରି କହିଦେବେ। ହୋଟେଲ ତାଜ୍‌କୁ ଦେବ ଓ ଜୀନତ ନିୟମିତ ଭାବେ ଡିନର ପାଇଁ ଯାଇଥାନ୍ତି। ଜୀନତଙ୍କୁ ପ୍ରପୋଜ୍‌ କରିବା ଲାଗି ଦେବ ଆନନ୍ଦ ସେଠାରେ ଛୋଟ ପାର୍ଟି ରଖିଥିଲେ।

ସେହି ପାର୍ଟିକୁ ସେ ନିଜର ଘନିଷ୍ଠ ବନ୍ଧୁ ଓ ଜୀନତ ଅମନଙ୍କୁ ନିମନ୍ତ୍ରଣ କରିଥିଲେ। ସେହି ପାର୍ଟିରେ ଦେବ ଆନନ୍ଦ ଦେଖିଲେ କି ଜୀନତ ଅମାନଙ୍କୁ ସୋ’ମ୍ୟାନ୍‌ ରାଜ କପୁର ନିଶାସକ୍ତ ଅବସ୍ଥାରେ ନିଜ ବାହୁ ବନ୍ଧନରେ ରଖିଥିଲେ। ଜୀନତ ବି ରାଜ କପୁରଙ୍କ ସାଥ୍‌ ଦେଉଥିଲେ।

ଏହି ଦୃଶ୍ୟ ଦେଖିବା ପରେ ଦେବ ଆନନ୍ଦ ପାର୍ଟି ଛାଡ଼ି ଚାଲିଯାଇଥିଲେ ଓ ତା’ପରେ କେବେ ବି ଜୀନତ ଅମନଙ୍କ କଥା ଭାବିଲେନି। ସେଇଠି ଦେବ – ଜୀନତଙ୍କ ଲଭଷ୍ଟୋରି ଦି-ଏଣ୍ଡ୍ ହୋଇଥିଲା। କୁହାଗଲା ଯେ, ଜୀନତ ଅମନ୍ ସୋ’ମ୍ୟାନ୍ ରାଜ କପୁରଙ୍କ ଫିଲ୍ମ ହାତେଇବା ଲାଗି ତା’ପରେ ତାଙ୍କ ପଛରେ ଘୂରି ବୁଲିଲେ। ରାଜ୍‌ ବି ଜୀନତଙ୍କ ଦିୱାନା ବନିଗଲେ।

ତା’ ପରେ ସୋ’ମ୍ୟାନ୍ ରାଜ୍ କପୁର ମଧ୍ୟ ଜୀନତ ଅମାନଙ୍କୁ ନେଇ ‘ସତ୍ୟମ୍ ଶିବମ୍‌ ସୁନ୍ଦରମ୍’ ଫିଲ୍ମ ନିର୍ମାଣ କରିଥିଲେ। କୁହାଯାଏ ଯେ, ରାଜ୍‌ଙ୍କ ପୁତ୍ର ଋଷି ଚାହୁଁଥିଲେ ‘ସତ୍ୟମ୍ ଶିବମ୍ ସୁନ୍ଦରମ୍’ରେ ଜୀନତଙ୍କ ଭୂମିକାଟି ଡିମ୍ପଲ କାପାଡ଼ିଆ କରନ୍ତୁ ଓ ସେ ନିଜେ ହିରୋ ହେବେ।

ଏ କଥା ସେ ପ୍ରକାରାନ୍ତରେ ବି ପିତାଙ୍କୁ ଜଣାଇଥିଲେ ସେତେବେଳେ କିନ୍ତୁ ଜୀନତ ଅମନଙ୍କର ବୋଲଡନେସରେ ଫସି ଯାଇଥିଲେ ସୋ’ ମ୍ୟାନ୍। ଏଣୁ ସେ ସତ୍ୟମ୍ ଶିବମ୍‌ ସୁନ୍ଦରମ୍’ରେ ଜୀନତଙ୍କୁ କାଷ୍ଟ କରିଥିଲେ। ଏ କଥା ଜାଣିବା ପରେ ଦେବ ଆନନ୍ଦ ଆହୁରି ଭାଙ୍ଗି ପଡ଼ିଥିଲେ। କୁହାଯାଏ ଯେ, ଏହି ଘଟଣା ବି ରାଜ୍ ଦେବଙ୍କ ଦୋସ୍ତିରେ ପାଚେରୀ ତିଆରି କରିଥିଲା।

ଜୀନତ୍‌ ଅମାନ୍‌ଙ୍କ ସହ ଦେବ ଆନନ୍ଦଙ୍କ ପ୍ରେମ କଥା ଅଧୁରା ରହିଯାଇଥିଲା। ତା’ ପରେ ଦେବ ଆନନ୍ଦ ଜୀନତଙ୍କୁ ନେଇ ଅନ୍ୟ ସିନେମା ନିର୍ମାଣ କରିଲେ ନାହିଁ। ବରଂ ଜଣେ ନୂଆ ନାୟିକା ସୃଷ୍ଟି କରିବାରେ ମନୋନିବେଶ କରିଥିଲେ।

LEAVE A REPLY

Please enter your comment!
Please enter your name here