ଓଡ଼ିଶାଲାଇଭ୍ ବ୍ୟୁରୋ

- ଭୁବନେଶ୍ୱରରୁ ଆଜି ୩୨୯ ପଜିଟିଭ୍ ଚିହ୍ନଟ
- ୭୩ ଜଣ କ୍ୱାରେଣ୍ଟାଇରୁ,୨୫୬ ଲୋକାଲ୍ କେସ୍ ଚିହ୍ନଟ
- ଭୁବନେଶ୍ୱରରେ ଏବେ ବି ୩୫୨୪ ଆକ୍ରାନ୍ତ ସକ୍ରିୟ
ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୨୯ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୭୩ ଜଣ କ୍ୱାରେଣ୍ଟାଇରୁ ଚିହ୍ନଟ ହୋଇଥିବାବେଳେ ବାକି ୨୫୬ ଲୋକାଲ୍ କେସ୍ ବୋଲି ବିଏମସି ରିପୋର୍ଟ ଦେଇଛି।
Update on newly detected #COVID19 cases in the last
24 hrs under the BMC area on 29th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/Aq53WtNxqD— BMC (@bmcbbsr) September 29, 2020
ଭୁବନେଶ୍ୱର ଜୟଦେବ ବିହାର, ୟୁନିଟ ୯, ସୁନ୍ଦରପଦା, ପଟିଆ, ରସୁଲଗଡ଼,ନୟାପଲ୍ଲୀ ଆଦି ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ପୋଖରିପୁଟ, ୟୁନିଟ ୮, ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ଅନେକ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱରର ଆଜି ୩୯୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ରାଜଧାନୀରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୭,୮୯୨କୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଏବେ ବି ୩୫୨୪ ଆକ୍ରାନ୍ତ ସକ୍ରିୟ ଥିବା ବିଏମସି ରିପୋର୍ଟ ଦେଇଛି।


















